ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାରଓ୍ବାଡୀ ଯୁବାମଞ୍ଚ ପକ୍ଷରୁ କାର୍ଯ୍ୟକ୍ରମ ରକ୍ତ ଦାନ ମହାଦାନ 

ଭବାନୀପାଟଣା:୨୯/୭– ମ.ନୀ.ସ:- ଆଜି ଶୁକ୍ରବାର ମାରଓ୍ବାଡୀ ଯୁବମଞ୍ଚ ଭବାନୀପାଟଣାଙ୍କ ତରଫରୁ ସ୍ଥାନୀୟ D.H.H ବ୍ଲଡ ବ୍ୟାଙ୍କରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା |ଏହି ଶିବିରରେ ସମୁଦାୟ ୩୨ ୟୁନିଟ୍ ରକ୍ତ ଦାନ କରାଯାଇଥିଲା, ଶିବିର ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ଫୋରମ୍ ସଭାପତି ଯୁବା ଯୋଗେଶ ଅଗ୍ରୱାଲ, ସେକ୍ରେଟାରୀ ସୌରଭ ଗୁପ୍ତା, କୋଷାଧ୍ୟକ୍ଷ ଯୁବା ମନୀଷ ଶର୍ମା, ରକ୍ତ ଦାନ ସଂଯୋଜକ ଯୁବା ଅମାନ ଅଗ୍ରୱାଲ, ବିଭୂତି ଅଗ୍ରୱାଲ, ଭିପୁଲ ଅଗ୍ରୱାଲ, ଅମାନ ଅଗ୍ରୱାଲ, ଶିବମ ଅଗ୍ରୱାଲ, ସୁମନ ଅଗ୍ରୱାଲ, ତରୁଣ ଅଗ୍ରୱାଲ, ରାକେଶ ଶର୍ମା ଉପସ୍ଥିତ ଥିଲେ।ଏହି ଶିବିରରେ ଜଣେ ବିବାହିତା ଦମ୍ପତି ମଧ୍ୟ ରକ୍ତ ଦାନ କରିଥିଲେ ଏବଂ ସମାଜର ସମସ୍ତଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରିଥିଲେ। ଏହି ସଂଘ କୁ ଯୁବା ଆମନ୍ ଅଗ୍ରୱାଲ୍ ରକ୍ତ ଦାନ ସଂଯୋଜକ ଯୁବା ଯୋଗେଶ ଅଗ୍ରୱାଲ ସେକ୍ରେଟାରୀ ଯୁବା ସୌରଭ ଗୁପ୍ତା କୋଷାଧ୍ୟକ୍ଷ ଯୁବା ମନୀଷ ଶର୍ମା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀପାଟଣା ରୁ କିଷନ୍ ଶର୍ମାଙ୍କ ରିପୋର୍ଟ

Related posts

ତୁଳସୀଟୋଲା ରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ରୁପ୍ରା ଗ୍ରାମ ପଞ୍ଚାୟତ ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗୃହୀତ 

Sunil Chandra Nayak

କୋକସରା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚେଇଁଲା ପ୍ରଶାସନ, ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ ଓ ମେଡ଼ିକାଲ ଟିମ 

Sunil Chandra Nayak

Leave a Comment

error: Content is protected !!