ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଶିବାହଲ ଗାଁରେ ଡକାୟତି,ଗୁଳି ମାଡ଼ରେ ଘର ମାଲିକ ଙ୍କ ପୁଅ ଗୁରୁତର, ପୋଲିସ ର ତଦନ୍ତ ଜାରି

କୋକସରା,୨୯/୦୭ (ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ଥାନା କାଶିବାହଲ ଗାଁ ଚଞ୍ଚରାପଡା ରେ ରହୁଥିବା ଋଷିମଣି ପୁଝାରି (୪୫) ଙ୍କ ଘରେ ବିଳମ୍ବିତ ରାତିରେ ୧୦/୧୨ ମୁଖାପିନ୍ଧା ଡକାୟତ ଗ୍ୟାଙ୍ଗ ପହଞ୍ଚି ଘର ଲୁହା କବାଟ ଭାଙ୍ଗି ଘରେ ପଶି ପରିବାର ଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଛନ୍ତି। ଘରେ ଋଷିମଣି ତାଙ୍କ ସ୍ତ୍ରୀ ସବିତା (୩୫) ପୁଅ ରୋହନ(୧୫) ଓ ଝିଅ ମିନତୀ(୨୩) ରହିଥିଲେ। ଡକାୟତଙ୍କୁ ସାହସର ସହ ସାମ୍ନା କରୁଥିବା ବେଳେ ଦୁର୍ବୁର୍ତ୍ତ ଙ୍କ ଏୟାର ରାଇଫଳ ଗୁଳିମାଡ଼ରେ ରୋହନର ହାତ ରେ ଗୁଳିବଦ୍ଧ ହୋଇଥିବା ବେଳେ ଗୁରୁତର ହୋଇ ପଡିଥିଲେ। ଲୁଟପାଟ କରିବା ପୂର୍ବରୁ ଘରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କ କୁ ଅକାମି କରି ଫେରାର ମାରିଥିଲେ ଡକାୟତ ମାନେ। ୩ଟି ମୋବାଇଲ, ୧୫ ଶହ ଟଙ୍କା ନେଇଥିବା ନେଇ ଘର ମାଲିକ ଋଷିମଣି ପୁଝାରି ଅଭିଯୋଗ କରିଛନ୍ତି। ଡକାୟତ ଦଳ ଫେରାର ପରେ ଗୁରୁତର ରୋହନକୁ ପରିବାର ଭବାନୀପାଟଣା ଡାକ୍ତରଖାନାକୁ ନେଇ ଭର୍ତ୍ତି କରି ଚିକିତ୍ସା କରିଛନ୍ତି। ଅନ୍ୟପଟେ ଡକାୟତି ଘଟଣାର ଖବର ପାଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ସବ ଇନ୍ସପେକ୍ଟର ହେମନ୍ତ ପାତ୍ର ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଧର୍ମଗଡ ଏସଡ଼ିପିଓ ଙ୍କୁ ସୁଚନା ଦେବାପରେ ଏସଡ଼ିପିଓ ଧିରଜ କୁମାର ଚୋପଦାର ଓ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସମେତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ଡକାୟତ ଙ୍କ ଗତିବିଧି ଉପରେ ଛାନବିନ ଆରମ୍ଭ କରିଛନ୍ତି। ତେବେ ଘର ମାଲିକ ଙ୍କ ବୟାନ ଅନୁସାରେ ଡକାୟତ ମାନେ ହିନ୍ଦି, ବିହାରି, ଛତିଶଗଡି, ଖଣ୍ଡିଓଡ଼ିଆ ଭାଷାରେ କଥା ହେଉଥିଲେ ଓ ଏମାନେ ସବୁ ବୁଲା ବିକାଲି ହୋଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ପୋଲିସ ର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏନେଇ କୋକସରା ଥାନା କେଶ ନମ୍ବର ୧୭୮/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related posts

ଭାରତସରକାରଙ୍କ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

ଧାନ ତଳି କିଆରୀ ରେ ଭାରତ ଆଜାଦି ର ଅମୃତ ମହୋତ୍ସବ ଚିତ୍ର

Sunil Chandra Nayak

କୋକସରା ଆବାସ ଯୋଜନା ଦୁର୍ନତୀ, କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଲୋକାୟୁକ୍ତ ଙ୍କ ନୋଟିସ ଜାରି

Sunil Chandra Nayak

Leave a Comment

error: Content is protected !!