ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ସାଂସଦ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ: ଜୁନାଗଡ଼ ବିଜେପିର ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ

ଜୁନାଗଡ଼୨୯/୭ (ମ ନି ସ ) ଲୋକସଭାରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଗୁଞ୍ଜରିତ ହେବାକୁ ଲାଗିଛି ! ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇ କଂଗ୍ରେସ ସଭାପତି କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ! ଗତ କାଲି ଅଧିର ରଞ୍ଜନ ଚୌଧୁରୀଙ୍କ ମନ୍ତବ୍ୟ ପରେ ଲୋକସଭା ଗୃହରେ ହୋହାଲ୍ଲା ହେବାରୁ ସଭା କାର୍ଯ୍ୟରେ ବିଶୃଙ୍ଖଳା ସୂଷ୍ଟି କରିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା ! ଆଜି ଜୁନାଗଡ଼ ବ୍ଲକ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ ସହ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ! ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ କୁମାର ମେହେର ଜୁନାଗଡ଼ ନଗର ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସତ୍ୟରଞ୍ଜନ ବେହେରା ଜୁନାଗଡ଼ ନଗର ମଣ୍ଡଳ ସଭାପତି ଶିବରାମ ରାଉତ ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତି କାଞ୍ଚନ ବାଗ ଏନ୍ ଏ ସି କାଉନସିଲର ମାଧବୀ ବାଗ ଓ ସଂଯୁକ୍ତ ସେଠି ମହିଳା ନେତ୍ରୀ ରିନା ଭାଟି କୁବଲେ ପାଣିଗ୍ରାହୀ ସହ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଅଧିର ରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିଥିବାରୁ ଏହି ବକ୍ତବ୍ୟର ତୀବ୍ର ସମାଲୋଚନା କରିବା ସହ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଳି ଦାବି କରୁଛନ୍ତି !

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ 

Sunil Chandra Nayak

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

ନୂଆପଡା ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ପାଇଲେ ଡିଜିପି ସମ୍ମାନ

Sunil Chandra Nayak

Leave a Comment

error: Content is protected !!