ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷିବିଭାଗ ଯୁଗ୍ ନିର୍ଦେଶକ ଙ୍କ ତେନ୍ତୁଳିଖୁଣ୍ଟି ରେ ବିଭିନ୍ନ ବିଭାଗ ର ବିଭିନ୍ନ ପ୍ରକଳ୍ପ ସମୀକ୍ଷା

 ତେନ୍ତୁଳିଖୁଣ୍ଟି ୨୯/୦୭/୨୨  କୃଷି ବିଭାଗ ର ଯୁଗମ ନିର୍ଦେଶକ ଦୁଃଶାସନ ପ୍ରହରାଜ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ଗ୍ରାମରେ କୃଷିବିଭାଗ ଉଦ୍ୟାନ ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଥିଲେ। କୁକୁଡ଼ା ବାଇ ଗ୍ରାମ ପଞ୍ଚାୟତ ର ବିଜରା ଗୁଡା ଠାରେ କଳରା ଫାର୍ମ ବୁଲି ଦେଖିଥିଲେ। ଅତ୍ୟାଧୁନିକ ପ୍ରଣାଳୀ ରେ କଲରା ଗଛକୁ ସାର ଦେବା ଓ ଡ୍ରିପ ଜଳସେଚନ ପ୍ରଣାଳୀରେ ପାଣି ଦିଆ ଯାଉଥିବା ଦୈନିକ 80 ରୁ100 ଶ୍ରମିକ କର୍ମ ସଂସ୍ଥାନ ପାଇଁ ପାରୁଥିବା ଦେଖି ଖୁସି ପ୍ରକଟ କରିଥିଲେ। ଏଭଳି ପ୍ରଣାଳୀ ର ଚାଷ କରିବାକୁ ପ୍ରେରଣା ଦେବାକୁ କହିଥିଲେ।ସେ ଅଂଚଳଗୁମ୍ମା ଲ୍ୟାମ୍ପସ ଯାଇ ସେଠାରେ ସାର ର ସ୍ଥିତି ସମୀକ୍ଷା କରିଥିଲେ। ତାପରେ ପୂଜାରିଗୁଡା ଗ୍ରାମ ପଂଚାୟତ ର କୁଜା ଯାନିଗୁଡା ଠାରେ ମୃତ୍ତିକା ବିଭାଗ ର ପ୍ରକଳ୍ପ ପ୍ରକଳ୍ପ କାଜୁ ବାଡ଼ ବୁଲି ଦେଖିଥିଲେ। ତାପରେ ଲମତାଗୁଡା ଗ୍ରାମ ପଂଚାୟତ ର ଗୋଡି ଗାଁ ଠାରେ ଅଗ୍ରଗାମୀ ଓ ସରକାରୀ ଅନୁଦାନ ରେ ଭ୍ରମି କମ୍ପୋଷ୍ଟ ପ୍ରକଳ୍ପ,ଫାର୍ମ ପଣ୍ଡ, ଗୋମୂତ୍ର ରୁ ଜୈବିକ ସାର ନିର୍ମାଣ ପ୍ରକଳ୍ପ ବୁଲି ଦେଖିଥିଲେ। ଏହାପରେ ସେ ନନ୍ଦାହାଣ୍ଡି ବ୍ଲକ ଗସ୍ତ କରିଥିଲେ। ତାଙ୍କ ସହ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ଅୟୁର୍ଦେହି ମିଶ୍ର ,ସହକାରୀ କୃଷି ଅଧିକାରୀ ମାନସ ରଂଜନ ନାୟକ ନାୟକ କୃଷି ଓଭରସିୟର ହରିଶଙ୍କର ତ୍ରିପାଠୀ, , ମୃତ୍ତିକା ସଂରକ୍ଷଣ ବିଭାଗ ର ଅଧିକାରୀ ଓ ଅଗ୍ରଗାମୀ ସଂସ୍ଥା ରପ୍ରକଳ୍ପ ନିର୍ଦେଶକ ଜଗନ୍ନାଥ ଜେନା ପ୍ରମୁଖ ସାମିଲ ଥିଲେ। ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତାପ କିଶୋର ରାଉତ ଙ୍କ କବିତା ମଣିଷ

Sunil Chandra Nayak

ଟ୍ରକ ବାଇକ ଧକ୍କା ଦୁଇ ଗୁରୁତର ଆହତ

Sunil Chandra Nayak

ନବ ନିର୍ବାଚିତ ସରପଂଚ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!