ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝରିଗୁମ୍ମା-କଣ୍ଟାଗାଁ ରାସ୍ତାର ଅବସ୍ଥା ଶୋଚନୀୟ

 ନବରଙ୍ଗପୁର (ମ ନି ସ ) ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରୀଗୁମ୍ମା ଗ୍ରାମ ପଞ୍ଚାୟତ ସଦରମହକୁମା ବସଷ୍ଟାଣ୍ଡ ଠାରୁ କଣ୍ଟାଗାଁ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ବେହାଲ ହୋଇ ପଡିଛି। ଝରିଗୁମ୍ମା ପଞ୍ଚାୟତ ଅଫିସ୍ ଓ ନୋଡ଼ାଲ କେ,ପି, ଏସ ହାଇସ୍କୁଲ ପଯ୍ୟନ୍ତ ୮୦୦ ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ରହିଛି । ଝରିଗୁମ୍ମ। ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳରୁ ଲୋକମାନେ ପଞ୍ଚାୟତ ଅଫିସ୍ କୁ ଯିବା ଆସିବା କରି ପାରୁ ନାହାଁନ୍ତି। ଦୈନିକ ଛୋଟ ବଡ ଦୃର୍ଘଟଣା ର ଶିକାର ମଧ୍ୟ ହେଉଛନ୍ତି ।ରାସ୍ତା ମଧ୍ୟ ରେ କାଦୁଅ ପାଣିରେ ପଚ ପଚ୍ ହେଉଥିବା ବେଳେ ମୋଟର ସାଇକେଲ ଆରୋହୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍କୁଲ ଛାତ୍ର ଛାତ୍ରୀ ମାନେ ମଧ୍ୟ ବହୁତ କଷ୍ଟରେ ସ୍କୁଲ କୁ ଯିବା ଆସିବା କରୁ ଥିବା ଦେଖିବାକୁ ମିଳୁଛି । ସଫା ସୁତୁରା ଡ୍ରେସ୍ ପିନ୍ଧି ଆସୁଥିବା ବେଳେ ଗଲା ବେଳକୁ କାଦୁଅ ଡ୍ରେସରେ ପଡି କଦର୍ଯ୍ୟ ହେବାର ଦେଖା ଯାଉଛି । ବୃଦ୍ଧ,ବୃଦ୍ଧା, ବିଧବା ଲୋକମାନେ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେବା ପାଇଁ ବହୁତ୍ କଷ୍ଟ ରେ ପଞ୍ଚାୟତ ଅଫିସ୍ କୁ ଯିବା ଆସିବା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ସହରାଞ୍ଚଳ ସହିତ ଗ୍ରାମାଞ୍ଚଳ ର ସର୍ବାଙ୍ଗୀନ ବିକାଶ କୁ ସବୁ ବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି । ଗ୍ରାମାଞ୍ଚଳରେ ଵିଦ୍ୟୁତ୍ ଯୋଗାଣ , ଜଳ ସେଚନ ,ଜଳଯୋଗାଣ ଓ ଗୋପବନ୍ଧୁ ଗ୍ରାମୀଣ ଯୋଜନା ରେ ସିମେଣ୍ଟ ଙ୍କକ୍ରିଟ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୨୦୧୪ ମସିହାରେ ନିର୍ବାଚନ ସମୟରେ ଓଡ଼ିଶା ର ଜନ ସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୋଟିକ ପରେ ଗୋଟିଏ ପୁରଣ କରି ଚାଲିଛନ୍ତି । କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଙ୍କ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଯୋଜନା ଠିକ୍ ଭାବରେ କାର୍ଯ୍ୟ କାରି ହେଉ ନ ଥିବାରୁ ଆଜି ଜନ ସାଧାରଣ ଙ୍କୁ ଏପରି ଅନେକ ସମସ୍ୟା ର ସମୁଖୀନ ହେବାକୁ ପଡ଼ୁଛି ।ଏଣୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦ୍ରୁଢ୍ ଦାବି କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା

ନିୟୁଜ୍।

 

Related posts

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କଲେ ସିନାପାଲି ବ୍ଲକ ଅଧ୍ୟକ୍ଷା 

Sunil Chandra Nayak

ଯୁବକ ଙ୍କୁ ନିର୍ମମ ହତ୍ୟା ଘଟଣା ସାଇଣ୍ଟିଫିକ ଟିମ ଓ ପୁଲିସ ର ତଦନ୍ତ ଜାରି ୨ ଅଭିଯୁକ୍ତ ଅଟକ

Sunil Chandra Nayak

ଆମପାଣି ଘାଟି ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ, ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!