ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ

ଫୁଲବାଣୀ -:  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ସୁଭାରମ୍ବ କରିଥିଲେ। ଶିଶୁ ବୋଧ ଠାରୁ ଦଶମ ପର୍ଯ୍ୟନ୍ତ ୧୬୬ ଜଣ ଶିଶୁ ବିଜ୍ଞାନିମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଜଣ ବିଚାରକ ମଣ୍ଡଳୀ ତଥା ନିହାର ରଞ୍ଜନ ପାତ୍ର,ସଂଗ୍ରାମ କେଶରୀ ପଣ୍ଡା,ଶିବାଜୀ ଅଧିକାରୀ, ସବିତା ସାହୁ,ବୁଲି ନାୟକ,ସଞ୍ଜୀବ ପାଣିଗ୍ରାହୀ,ରାଜେନ୍ଦ୍ର ବିଶି, ରଞ୍ଜନ କୁମାର ମହାନ୍ତି,ସନ୍ତୋଷ କୁମାର ରଥ ପ୍ରମୁଖଙ୍କ ଦ୍ଵାରା ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଥିଲା। ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଓ ଅମୂଲ୍ୟ କୁମାର ଜେନା ଯୋଗ ଦେଇ ଶିଶୁ ଵିଜ୍ଞାନୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ସୁନ୍ଦର ଗଳ୍ପ ମାଧ୍ୟମରେ ପ୍ରେରଣା ଯୋଗାଇଥିଲେ। ଯେଉଁମାନେ ଆଜିର ବିଜ୍ଞାନୀ ମେଳାରେ ନୂତନ ପ୍ରୟୋଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ସଂକୁଳ ସ୍ତରକୁ ମନୋନୀତ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ।ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ତଥା ଜଣାଶୁଣା ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ବିରଞ୍ଚି ନାରାୟଣ ମିଶ୍ର ଓ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ବିଜ୍ଞାନ ମେଳାରେ ସହଯୋଗ କରିଥିବା ବିଜ୍ଞାନ ବିଭାଗର ଆଚାର୍ଯ୍ୟ ଅଚାର୍ଯ୍ୟା ମାନେ ହେଲେ ଵିଜ୍ଞାନ ନିରୂପମା ପାଣିଗ୍ରାହୀ, ପ୍ରତିଭା ଦାଶ,ରାଜେଶ ପ୍ରଧାନ,ଅନୀଲ ସାହୁ,ମହେଶ୍ୱତା ରଥ,ସୁଜାତା ଧଳ, ଆରତୀ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ। ସର୍ଵ ଶେଷରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଉପସ୍ଥିତ ଅତିଥି ଓ ସମସ୍ତ ବିଜ୍ଞାନ ବିଭାଗର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ବେଳ

Sunil Chandra Nayak

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

ମହିମା ଗାଁ ରେ ଡମ୍ବ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!