ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ତିନି ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୨୯/୭- ( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଠାରେ ଥିବା ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ନାରାୟଣ ଠାକୁର ସମେତ ଶିକ୍ଷକ ଗଣେଶ୍ୱର ପୁଞ୍ଜି ଓ ସଂସ୍କୃତ ଶିକ୍ଷକ ଲକ୍ଷ୍ମୀଧର ସାହୁ ଙ୍କୁ ଶୁକ୍ରବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସ୍କୁଲ ପରିଚାଳନା କମିଟି ପକ୍ଷରୁ ଦିଆଯାଇଛି। ଏହି ଅବସରରେ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ନାଏକ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ମୁଖ୍ୟବକ୍ତା ସୁଧୀର କୁମାର ପାତ୍ର, ସମ୍ମାନିତ ଅତିଥି ପ୍ରସନ୍ନ କୁମାର ସିଂ, ଗଗନ ବିହାରି ପୁଝାରି, ପଦ୍ମଲୋଚନ ଦଳପତି, ଚକାଡୋଳା ପାତ୍ର, ଯତୀନ୍ଦ୍ର ମାଝୀ, ଲାଲ ନାଏକ, ମଣି ରାମ ମାଝୀ, ସଞ୍ଜୟ ପୂଝାରି ମଞ୍ଚ ରେ ଉପସ୍ଥିତ ରହିଥିଲେ। ଟେମରା ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ଓ ଭିତ୍ତିଭୂମି ସଜାଡ଼ିବା ସହ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନିର୍ମାଣରେ ତିନି ଶିକ୍ଷକଙ୍କ ଅବଦାନ ଅତୁଳନୀୟ ଓ ଅବସର ପରେ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ ଉପସ୍ଥିତ ଅତିଥିମାନେ। ଏହାସହ ତିନି ଶିକ୍ଷକଙ୍କୁ ମାନପତ୍ର ସହ ଉତ୍ତରୀୟ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଜଗବନ୍ଧୁ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ସ୍କୁଲ କର୍ମଚାରୀ ଅଲେଖ ଚନ୍ଦ୍ର ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରେ ରାୟଗଡା ଜିଲ୍ଳାପରିଷଦ ସଭାପତି

Sunil Chandra Nayak

ବାଲେଶ୍ଵର – ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଚୌଦ୍ୱାର କଟକ

Sunil Chandra Nayak

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଛାତ୍ର ଛାତ୍ରୀ ଙ୍କ ଧର୍ମଘଟ

Sunil Chandra Nayak

Leave a Comment

error: Content is protected !!