ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ଫାଣ୍ଡି ଦ୍ୱାରା ୧ କୁଇଣ୍ଟାଲ ଗଞ୍ଜେଇ ସହ ଗାଡି ଜବତ, ୨ ଗିରଫ

 ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ଛେଣ୍ଡିଆ ମୁଖ୍ୟ ରାସ୍ତାରେ ଗତ ଶୁକ୍ରବାର ରାତି ୧୨ ଟା ୩୦ ମିନିଟ ସମୟରେ ଚିଲିଗୁଡା ଫାଣ୍ଡି ଅଧିକାରୀ ବୈଷ୍ଣବ ନ।ଏକ ଙ୍କ ଦ୍ଵାରା ଗଞ୍ଜେଇ ଜବତ ହୋଇଥିଲା । ପ୍ରକାଶ ଥାଉକି ଗତ କିଛିଦିନ ହେଲା ଗ୍ରାମାଞ୍ଚଳ ଗୁଡିକରେ ଚୋର ମାନଙ୍କର ଆତଙ୍କ ର।ଜ ଚାଲିଥିବା ବେଳେ ଗାଁ ମାନଙ୍କରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ।ଏପରିକି ଗାଁ ଲୋକ ମାନେ ଏକାଠି ହୋଇ ଗାଁ ଛକ ଗୁଡିକରେ ଜଗି ରହୁଥିଲେ ।ଏହି ସମୟରେ ଚିଲିଗୁଡା ଫାଣ୍ଡି ଦ୍ୱାରା ରାତ୍ରି ପେଟ୍ରୋଲିଂ କରୁଥିବା ସମୟରେ କୋଟା ଗାଁ ଦେଇ ଆସୁଥିବା ଏକ ଟାଟା ଭିକଟ ଗାଡି ଓଆର ୦୨ ଏ ଡବ୍ଲୁ ୭୬୧୩ ଗାଡିକୁ ପୋଲିସ ଅଟକାଇ ଥିଲା । ଗାଡି ଛାଡି ଚାଲି ଯାଉ ଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ସନ୍ଦେହ କରି ଅଟକାଇ ଥିଲା ପରେ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣି ପୋଲିସ ଦୁଇ ଜଣକୁ ଅଟକ ରଖି ଥିଲା । ପରେ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ସବୁ ଖୋଲ ତାଡ଼ କରିଥିଲେ ।ଏଥିରେ ଜୁନାଗଡ଼ ଥାନାର ଏ ସ ଆଇ ସୋନୁ ଖାଳକୋ ଦାୟିତ୍ୱ ନେଇ ତଦନ୍ତ କରିଥିଲେ ।ତଦନ୍ତ ପରେ ଜୁନାଗଡ଼ ବ୍ଲକର ବଣିଜରା ଗ୍ରାମ ପଞ୍ଚାୟତର ବାର ବେସାଲ ଗ୍ରାମର ଅଶ୍ଵିନ ମେହେର ୪୮ ବୋଲି ଜଣା ପଡିଥିଲା ।ବର୍ତ୍ତମାନ ଅଶ୍ଵିନ ମେହେର ଜୁନାଗଡ଼ ଠାରେ ଅବସ୍ଥାପିତ ଅଛନ୍ତି ।ସେହିପରି କୋରାପୁଟ ଜିଲ୍ଲାର ପୁଝ।ରୀ ପୁଟ ଗ୍ରା।ମର ସ୍ୱାଧୀନ ପୁଝ।ରୀ ଙ୍କୁ ପୋଲିସ ଗିରଫ କରିଥିଲା । ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଥିଲା ।ଏଥିରେ ପ୍ରାୟ ୧ କୁଇଣ୍ଟାଲ ୪ କେଜି ଗଂଜେଇ ବାହାରିଥିଲା । ଗଂଜେଇ ଓ ଗାଡିକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଥିବା ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରକାଶ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବିଷୁବ ମିଳନ ଓ ପୁସ୍ତକ ଲୋକାର୍ପଣ ସମାରୋହ

Sunil Chandra Nayak

ବିଶ୍ୱ ମିତ ବ୍ୟୟିତା ଦିବସ : ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ କଲେ ଜିଲ୍ଲାପାଳ

Sunil Chandra Nayak

ରଞ୍ଜିତା ପତି ଙ୍କ କବିତା ପ୍ରାରଵ୍ଧ

Sunil Chandra Nayak

Leave a Comment

error: Content is protected !!