ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଜମି ଜବର ଦଖଲ କୁ ନେଇ ବିବାଦ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାରିଅଁ, ବଳଭଦ୍ରପୁର ଓ ବଢ଼େଇକାଟେଣୀ ଆଦି ଗ୍ରାମର ସୀମାକୁ ଲାଗି ରହିଥିବା ସରକାରୀ ଜମିକୁ ସାରିଅଁ ଗ୍ରାମର ବିଜୁଳି ନାଏକ ଜବର ଦଖଲ କରିଛନ୍ତି l ସାରିଅଁ ଗ୍ରାମର ବିଜୁଳି ନାଏକ, ସ୍ୱାମୀ – ରବିନାରାୟଣ ନାଏକ, ମୋୖଜା – ବଢ଼େଇକାଟେଣୀ, ଖାତା ନଂ -57/7 ପ୍ଲଟ ନଂ -221 ଏ 1.64 ଡେସିମିଲର ପଟ୍ଟା ପାଇଛନ୍ତି l କିନ୍ତୁ ଚତୁରତାର ସହ ସେ ତା ପାଖକୁ ଲାଗିଥିବା ସରକାରୀ ଜମିକୁ ଜବର ଦଖଲ କରିଛନ୍ତି l ସେହି ଜାଗା ଗାଈ ଗୋରୁଙ୍କ ଚରିବା ପାଇଁ ଏବଂ ଲୋକମାନଙ୍କ ଯାତାୟାତ ପାଇଁ ସୁବିଧା ହେଉଥିଲା l କିନ୍ତୁ ସେ ଏହି ଜାଗାକୁ ଜବର ଦଖଲ କରି ସେହି ଜାଗା କୁ ଆବଦ୍ଧ କରି ରଖିଛନ୍ତି l ଯା ଫଳରେ ଲୋକମାନଙ୍କ ଯାତାୟାତ ଏବଂ ଗାଈ ଗୋରୁଙ୍କୁ ଚରିବା ପାଇଁ ଅସୁବିଧା ହେଉଛି l ଏହି ପରିପ୍ରେକ୍ଷୀରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ବିଜୁଳି ନାଏକଙ୍କୁ ଯଥାଶୀଘ୍ର ସେହି ଜାଗାରୁ ଉଚ୍ଛେଦ କରା ନ ଯାଏ ତେବେ ସେମାନେ ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବେ ।ଏଥିପାଇଁ ସେମାନେ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଇଛନ୍ତି l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ  ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘରେ ଚାପିହୋଇ ବୃଦ୍ଧ ମୃତ

Sunil Chandra Nayak

ମସିହା ପ୍ରଭାବ- ୧୦ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବୃଦ୍ଧା ପାଇଲେ ଭତ୍ତା

Sunil Chandra Nayak

Leave a Comment

error: Content is protected !!