ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଜମି ଜବର ଦଖଲ କୁ ନେଇ ବିବାଦ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାରିଅଁ, ବଳଭଦ୍ରପୁର ଓ ବଢ଼େଇକାଟେଣୀ ଆଦି ଗ୍ରାମର ସୀମାକୁ ଲାଗି ରହିଥିବା ସରକାରୀ ଜମିକୁ ସାରିଅଁ ଗ୍ରାମର ବିଜୁଳି ନାଏକ ଜବର ଦଖଲ କରିଛନ୍ତି l ସାରିଅଁ ଗ୍ରାମର ବିଜୁଳି ନାଏକ, ସ୍ୱାମୀ – ରବିନାରାୟଣ ନାଏକ, ମୋୖଜା – ବଢ଼େଇକାଟେଣୀ, ଖାତା ନଂ -57/7 ପ୍ଲଟ ନଂ -221 ଏ 1.64 ଡେସିମିଲର ପଟ୍ଟା ପାଇଛନ୍ତି l କିନ୍ତୁ ଚତୁରତାର ସହ ସେ ତା ପାଖକୁ ଲାଗିଥିବା ସରକାରୀ ଜମିକୁ ଜବର ଦଖଲ କରିଛନ୍ତି l ସେହି ଜାଗା ଗାଈ ଗୋରୁଙ୍କ ଚରିବା ପାଇଁ ଏବଂ ଲୋକମାନଙ୍କ ଯାତାୟାତ ପାଇଁ ସୁବିଧା ହେଉଥିଲା l କିନ୍ତୁ ସେ ଏହି ଜାଗାକୁ ଜବର ଦଖଲ କରି ସେହି ଜାଗା କୁ ଆବଦ୍ଧ କରି ରଖିଛନ୍ତି l ଯା ଫଳରେ ଲୋକମାନଙ୍କ ଯାତାୟାତ ଏବଂ ଗାଈ ଗୋରୁଙ୍କୁ ଚରିବା ପାଇଁ ଅସୁବିଧା ହେଉଛି l ଏହି ପରିପ୍ରେକ୍ଷୀରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ବିଜୁଳି ନାଏକଙ୍କୁ ଯଥାଶୀଘ୍ର ସେହି ଜାଗାରୁ ଉଚ୍ଛେଦ କରା ନ ଯାଏ ତେବେ ସେମାନେ ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବେ ।ଏଥିପାଇଁ ସେମାନେ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଇଛନ୍ତି l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସମ୍ଭାବନା

Sunil Chandra Nayak

ଗାର୍ଡ ୱାଲ୍ ଭାଙ୍ଗି ପଥର ଚୋରି ତଥା ଡ୍ୟାମ ନିକଟ ପାହାଡ଼ ରୁ ପଥର ଚୋରି ତଥାପି ମୁକ ସମସ୍ତ ବିଭାଗ

Sunil Chandra Nayak

Leave a Comment

error: Content is protected !!