ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି।କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଥିବା ପ୍ରଦୀପ୍ତ କୁମାର ନାଏକ ଏବେ ବି ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁନାହାନ୍ତି। ଏହାକୁ ନେଇ ନୂଆ ବିରୋଧୀ ଦଳ ନେତା ବାଛିବାକୁ ପୂର୍ବରୁ ବିଧାୟକମାନେ ଦାବି କରିଥିଲେ। ଏହି ଦୌଡ଼ରେ ବିଷ୍ଣୁଚରଣ ସେଠୀ, ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ବିରୋଧୀ ଦଳ ନେତା ଚୟନ ନେଇ ବିଧାୟକ ଓ ରାଜ୍ୟର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ଜୟନାରାୟଣଙ୍କ ନାମ ଉପରେ ମୋହର ବାଜିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣୀ ବେହେରା ନିର୍ବାଚିତ

Sunil Chandra Nayak

ରାଇଘରବ୍ଲକ ଦେବାଗାଁ ପଞ୍ଚାୟତ ଠାରେ ଶବ ଦେଖି ଅଂଚଳ ବାସୀ ଆତଙ୍କିତ   

Sunil Chandra Nayak

ଗୁଡ଼ାରୀ ବିଜ୍ଞାପିତ ଅଂଚଳରେ ବିଜେଡିର ନିର୍ବାଚନୀ ପ୍ରଚାର

Sunil Chandra Nayak

Leave a Comment

error: Content is protected !!