ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପାଟି ଥାଇ ସତ ମିଛ କହୁ ଅଛି
   କାନ ଥାଇ ମିଛ ଶୁଣ
ହାତ ଥାଇ ସତ ମନ୍ଦ କର୍ମ କର
    ଗୋଡ଼ ଥାଇ ଚଳେ ଗଣ।
ଆଖିରେ ଦେଖୁଛି ଦେ ନାହିଁ ପ୍ରମାଣ
   କାହିଁ ଦେଲେ ଜନ ଜନ୍ମ 
ସବୁ ବିପରୀତ ଅଯବ ସଂସ୍କୃତି
    ସୃଷ୍ଟି ତୁମେ ଭଗବାନ।
ସତ ମିଛ ଖେଳ ପଶା ପାଲି ଧରି
    ବସ ଧରଣୀ ବକ୍ଷରେ
କାହାକୁ ସତରେ କାହାକୁ ମିଛରେ
   ବିଚାର ତୁମ ହାତରେ।
ଗୁହାରୀ କଲେବି ଶୁଣ ନାହଁ ବାକ୍ୟ
    ସତକୁ ସତ ବିଚାର
ଆପତ୍ତି କରୁଛି ଅଭିଯୋଗ ମୋର
   ସତ୍ୟ ଯୁଗ ଏ ପ୍ରଚାର।
ବଡ଼ ପ୍ରଭୁ ବୋଲି ଡକା ପଡୁ ଅଛି
   ଚରଣେ ରଖୁଛି ପାଦ
ଭଲ କାଳ ଦିଅ ଧରିତ୍ରୀ ବକ୍ଷରେ
     ଜନକୁ ତୃପ୍ତି ସଂପଦ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଲାଞ୍ଜିଗଡ଼ରେ ବିଜେଡି ସ୍ଥିତି ଟଳମଳ ,ବିଜେଡି ଗଡ଼ରେ ଧସେଇ ପଶୁଛି କଂଗ୍ରେସ

Sunil Chandra Nayak

ମମତା ସାହୁ ଙ୍କ କବିତା ଚାଲିଗଲ ପ୍ରଭୁ ମାଉସୀ ଘର

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ମମତା ସାହୁ, ଗାଈ ଗାଁ, କଳାହାଣ୍ଡି  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!