ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପଳପୁର ବଜାରରେ ପହଞ୍ଚିଲା ଜ୍ଞାନ ପ୍ରକାଶ ପତ୍ରିକା, ପ୍ରଦାନ କଲେ ଜିଲ୍ଲା ସଭାପତି

ବାଲେଶ୍ଵର,୩୧/୭/୨୨- ସୁଦୂର ଜିଲ୍ଲା ବୌଦ୍ଧରୁ ପ୍ରକାଶ ପାଉଥିବା ମାସିକ ଶିକ୍ଷାଧର୍ମୀ ପତ୍ରିକା ” ଜ୍ଞାନ ପ୍ରକାଶ ” ପହଞ୍ଚିଲା ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ । ଉକ୍ତ ବ୍ଲକର ସାମ୍ବାଦିକ, ସମାଜସେବକ, ମଞ୍ଚ ଅଭିନେତା ଓ କଳାକାର ଭଗବାନ ଚନ୍ଦ୍ର ଦାସଙ୍କ ହାତରେ ଜ୍ଞାନ ପ୍ରକାଶ । ଶ୍ରୀ ଦାସ ଜଣେ ସେବାପରାୟଣ ଓ ଉତ୍ତମ ସ୍ବଭାବର ବ୍ଯକ୍ତି ହୋଇଥିବାରୁ ଗୋପାଳପୁର ମେଡ଼ିକାଲ ସାମ୍ନାରେ ଏକ ପାଥଲୋଜି ଖୋଲି ଲୋକଙ୍କ ସେବାରେ ଦୈନିକ ଲିପ୍ତ ରହିଥାନ୍ତି । ସାମ୍ବାଦିକ ଭଳି ସମାଜସେବା ମଧ୍ୟ ତାଙ୍କର ଅନ୍ୟ ଏକ ନିଶା ଅଟେ । ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିଶୁକ୍ଳ ସେବା ପ୍ରଦାନରେ ବ୍ଲକରେ ସୁନାମ ରହିଛି । ବାଲେଶ୍ଵର ଜିଲ୍ଲାରେ ଏଭଳି ଜଣେ ପ୍ରତିଭାଧାରୀ ଜ୍ଞାନ ପ୍ରକାଶର ପାଠକଙ୍କୁ ବୌଦ୍ଧ ଜିଲ୍ଲା ବୌଦ୍ଧରୁ ପ୍ରକାଶ ପାଉଥିବା ମାସିକ ଶିକ୍ଷାଧର୍ମୀ ପତ୍ରିକା ଜ୍ଞାନ ପ୍ରକାଶ ସମ୍ବର୍ଦ୍ଧିତ କରିବା ପାଇଁ ଚୟନ କରିଥିଲା । ଚଳିତ ମାସ ଅର୍ଥାତ ତା ୦୩/୭/୨୦୨୨ରିଖ ବୌଦ୍ଧ ଠାରେ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେହି ମଞ୍ଚରେ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ଶ୍ରୀ ଦାସ ପତ୍ରିକା, ଟ୍ରଫି ଓ ପ୍ରମାଣ ପତ୍ର ସହିତ ସମ୍ବର୍ଦ୍ଧିତ ହୋଇଥାଆନ୍ତେ । କିନ୍ତୁ ଦୁଃଖର ବିଷୟ କୌଣସି କାରଣ ବଶତଃ ଶ୍ରୀ ଦାସ ପ୍ରୋଗ୍ରାମରେ ଉପସ୍ଥିତ ହୋଇପାରି ନଥିଲେ । ସେଥିପାଇଁ ” ଜ୍ଞାନ ପ୍ରକାଶ ” ପତ୍ରିକାର ବାଲେଶ୍ଵର ଜିଲ୍ଲା ସଭାପତି ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, ସୁକବି ଓ ସୁସାହିତ୍ଯିକ ନରେନ୍ଦ୍ର ପ୍ରସାଦ ବେହେରା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସାମ୍ନାରେ ଥିବା ଶ୍ରୀ ଦାସଙ୍କ ପାଥଲୋଜିରେ ପହଞ୍ଚି ଜ୍ଞାନ ପ୍ରକାଶ ଓ ନିଫା ଗୃପ୍ ତରଫରୁ ପାଇବାକୁ ଥିବା ସମସ୍ତ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏଥିସହିତ ଅକ୍ଟୋବର ମାସ ୨୧ ତାରିଖରେ ପୁରୀ ଠାରେ ହେବାକୁ ଥିବା ଜ୍ଞାନ ପ୍ରକାଶ ପ୍ରୋଗ୍ରାମରେ ଯୋଗଦେବାକୁ ସାଦର ନିମନ୍ତ୍ରଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଅଶୋକ କୁମାର ନାୟକ ଙ୍କ କବିତା ମଣିଷ

Sunil Chandra Nayak

ବୃଦ୍ଧ ଙ୍କ ଆତ୍ମହତ୍ୟ

Sunil Chandra Nayak

ମମତା ସାହୁ ଙ୍କ କବିତା ହୃଦୟ ଯନ୍ତ୍ରଣା

Sunil Chandra Nayak

Leave a Comment

error: Content is protected !!