ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ସୋସିଆଲ ୱେଲଫେୟାର ସଙ୍ଗଠନ ଓ ମାଝୀଗୁଡା ପଞ୍ଚାୟତ ପକ୍ଷରୁ ବୃକ୍ଷରୋପଣ 

କୋକସରା,୩୧/୭-( ମ ନି ସ )

“ଗଛ ହସିଲେ ପ୍ରକୃତି ହସିବ, ପ୍ରକୃତି ହସିଲେ ଆମେ ହସିବା”

ଏହି ବାର୍ତ୍ତା ନେଇ କଳାହାଣ୍ଡି ସୋସିଆଲ ୱେଲଫେୟାର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ସହଯୋଗରେ କଳାହାଣ୍ଡି ଜିଲ୍ଲା କୋକସରା ଠାରୁ ମାଝୀଗୁଡା ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଛି। କଳାହାଣ୍ଡି ୱେଲଫେୟାର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଯୁବ ସ୍ବେଚ୍ଛାସେବୀ ଆକାଶ ରଣା ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ସମାଜସେବୀ ଦ୍ଵାରିକାନାଥ ବାଗ, ମାଝୀଗୁଡା ସରପଞ୍ଚ ମାମି ବାଗ, ବ୍ଲକ ବିଜେଡି ଅନୁସୂଚିତ ଜାତି ସେଲ ସଭାପତି ରମେଶ ଦୁର୍ଗା, ସମାଜସେବୀ ସଞ୍ଜୟ ସିଙ୍ଘଲ, ଅରୁଣ ଅଗ୍ରୱାଲ, ବିଜେଡି ସମ୍ପାଦକ ପଞ୍ଚକ ପୋଢ଼, ଧର୍ମେନ୍ଦ୍ର ପୋଢ଼,କ୍ଷିତିଶ ନାଏକ, ତ୍ରିନାଥ ପୁଞ୍ଜି, ଧନୁର୍ଜୟ ରଣା, ତ୍ରିଲୋଚନ ବାଗ, ସଂନ୍ତୋଷ ନାଏକ ସମେତ ବ୍ଲକ ଓଏଲଏମ ମାଝୀଗୁଡା ମହିଳା ଗୋଷ୍ଠି ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟି ।।

Sunil Chandra Nayak

ରୁପ୍ରା ରୁ କେସିଙ୍ଗା ଯାଇଥିବା ପିଡବ୍ଲୁଡି ରାସ୍ତାରେ ରାତିରେ ଚାଲିଛି ପିଚୁ କାମ, ଠିକାଦାର କିମ୍ବା କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ

Sunil Chandra Nayak

ବେଆଇନ ପାଚେରୀ ନିର୍ମାଣ ବିରୋଧରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!