ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ପ୍ରେରକ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

କୋକସରା,୩୧/୭- ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାକ୍ଷର ଭାରତ ମିଶନରେ କାର୍ଯ୍ୟ କରିଥିବା ପ୍ରେରକ ସଙ୍ଘର ଏକ ସାଙ୍ଗଠନିକ ବୈଠକ କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରେରକ ସଙ୍ଘର ଆଲୋକ ବିଶି ଓ ଗାୟତ୍ରୀ ଠାକୁର ଙ୍କ ମିଳିତ ସଭାପତିତ୍ୱରେ ପ୍ରେରକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ଓ ବୈମାତୃକ ମନୋଭାବକୁ ପ୍ରତିବାଦ କରିବା ସହ ଆଗାମୀ ଦିନରେ ସଙ୍ଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।ସୂଚନା ଅନୁସାରେ ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ୧୫ ରୁ ଉର୍ଦ୍ଧ ବୟସ୍କ ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଇଥିଲା। ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ସହ ସ୍ୱଚ୍ଛଭାରତ ମିଶନ ହିତାଧିକାରୀ ସର୍ଭେ, ବିପିଏଲ, ଏପିଏଲ ସର୍ଭେରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରୁଥିଲେ l ୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିବାରୁ ବର୍ତମାନ ପ୍ରେରକ ମାନେ ନିରାଶ ହୋଇ ହାତ ବାନ୍ଧି ବସିଛନ୍ତି । ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ପ୍ରେରକ ସଙ୍ଘର ରବି ନାରାୟଣ ଦାସ, ଅରବିନ୍ଦ ପଟ୍ଟନାୟକ, ବିକାଶ ପଟ୍ଟନାୟକ, ଜଳେଶ୍ବର ବାଗ, ହିରଣ୍ୟ ବେହେରା, ସଞ୍ଜୀବ ସାହୁ, ପୁନିଆ ନାଗ, ଚନ୍ଦ୍ର ପାଣିଗ୍ରାହୀ, ବଳଦେବ ଦୁର୍ଗା, ରମେଶ ରୋତି, ସରିତା ନାଏକ, ପ୍ୟାରି ପଟେଲ ସମେତ ଅନ୍ୟ ପ୍ରେରକ ମାନେ ଉପସ୍ଥିତ ରହିଥିଲେ।

Related posts

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

ଥୁଆମୂଳ ରାମପୁର ବ୍ଳକର ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ୩୩୮ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!