ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା  ବୋଲବମ୍

ବୋଲବମ୍ 

         

 କବିତା ସାହୁ    

ସକଳ ମନକାମନା ପୁରଣ ପାଇଁ 
ଶିବଙ୍କ ପାଦରେ ଶରଣ ଯାଇ 
ଶ୍ରାବଣ ସୋମବାର ପାଣି ନେଇ 
ବୋଲବମ ବୋଲବମ କହି କହି 
ଶିବ ମନ୍ଦିର ଯିବାରେ ଭାଇ। 
୨- ଶିବ ପଞ୍ଚାକ୍ଷର ମନ୍ତ୍ର ତୁଣ୍ଡରେ ଧରି 
କାଉଡିଆ ଯାଉଛନ୍ତି ଜଳକୁ ଧରି
ବୋଲବମ ବୋଲବମ ତୁଣ୍ଡେ ଉଚ୍ଚାରି
ମୁଖରିତ ରାସ୍ତାଘାଟ ମନ୍ଦିର ପୁରି। 
୩- ପବିତ୍ର ମାସ ଶ୍ରାବଣ ସୋମବାର 
ଶିବଶଙ୍କର ହୁଅନ୍ତି ଜଳଲାଗି ଭକ୍ତର
ମାସ ସାରା ରହି ନିଷ୍ଠାରେ
କାନ୍ଧରେ କାଉଡି ଭାରେ ଜଳଧରେ 
ବୋଲବମ ବୋଲବମ ଉଚ୍ଚାରି ତୁଣ୍ଡରେ 
ଶିବାଳୟ ଯାଉଥାନ୍ତି ଭକତ ଖୁସିରେ। 
୪-ଗେରୁଆ ବସ୍ତ୍ରରେ ଲେଖା ଶିବ ପଞ୍ଚାକ୍ଷର 
ବାହୁଙ୍ଗିରେ ଶିବଲିଙ୍ଗ ତ୍ରିଶୂଳ ଡମ୍ବର
ବେଲପତ୍ର ଗୟସ ଦୁଦୁରା କନିଅର 
ମନରେ ଡାକୁଥାଏ ହେ ଭୋଳାଶଙ୍କର 
ବୋଲବମ ବୋଲବମ ବାବା ପାରିକର। 
୫-କପିଳାସ ଲିଙ୍ଗରାଜ ହେ ଧବଳେଶ୍ଵର 
ଲଡୁବାବା ଗତେଶ୍ଵର ହେ ଚନ୍ଦ୍ରଶେଖର 
କୃପାକର ଦୟାକର ହେ ମହେଶ୍ୱର 
ବୋଲବମ ବୋଲବମ ଭକ୍ତଙ୍କର ରୋଳ
ପାଣି ଧରି ଆସୁଛନ୍ତି ମନ୍ଦିର ତୁମର।

ଜୟପୁର

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିବସ ପାଳିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ ,ଵଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!