ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଆହେ ମହାଦେବ

ଆହେ ମହାଦେବ

ଦେବଙ୍କର ଦେବ ଆହେ ମହାଦେବ
ଆସିଛି ତୁମ ମନ୍ଦିର
ଆଣିଚି ହେ ପ୍ରଭୁ ଚମ୍ପା ନାଗେଶ୍ଵର
ତ୍ରିସାଖା ବେଲ ପତର।।
କଞ୍ଚା କ୍ଷୀର ସାଥେ ଘିଅ ମହୁ ପ୍ରଭୁ 
ଢାଳିବି ଶିରେ ତୁମର
ବାନ୍ଧିଦେବି ପ୍ରଭୁ କୁଞ୍ଚି ଜଟାଭାରେ
ବାସ କୁସୁମର ହାର।।
ତୁମରି ମଥାରେ ଜଳ ଲାଗି କରି
ଲଭିବି ପୁଣ୍ୟ ଅପାର
ଜାଳି ଦେବି ଦୀପ ଭକତି ଅନ୍ତରେ
ଜପିନାମ ଶିବ ଙ୍କର।।
ହେ ଡମ୍ବରୁଧର ଜଗତ ଇଶ୍ଵର
ଜାଣ ଭକତ ଅନ୍ତର
ତୁମେ ସତ୍ୟ ଶିବ ତୁମେ ହିଁ ସୁନ୍ଦର
ଆପେ ଯାଚି ଦିଅ ବର।।
ଆହେ ଆଶୁତୋଷ ଭକତ ବିଶ୍ଵାସ
ସବୁ ମିଛ ତୁମେ ସତ
ଦୁଃଖିଟିଏ ଦୁଃଖ ଜଣାଇଲେ ପ୍ରଭୁ
ଫେଡ ତାହାରି ଆରତ।।
ଆହେ ପଞ୍ଚାନନ ଜଗତ କଲ୍ୟାଣ
ଭସ୍ମ ବୋଳା ଦିଗାମ୍ବର
ବିଭୁତି ଭୂଷଣ ପ୍ରଭୁ କୃତିବାସ
ବ୍ୟାଘ୍ରାମ୍ବର ଧର ହର।।
ଦେବ ଭୂତନାଥ ଶ୍ମଶାନ ବିହାରି
ଶୋଭା ଧବଳ ମୁରତି
ଘୃମିତ ଲୋଚନ ପୀନାକ ଧାରଣ
ପ୍ରଭୁ ନୀଳକଣ୍ଠେଶ୍ଵର
ଯୋଗାଧୀ ପୁରୁଷ ପ୍ରଭୁ ଦୟାମୟ
ମହିମା ତୁମ ଅପାର।।
ଆହେ ମୃତ୍ଯଞ୍ଜୟ ନକର ହେ ଆନ
ତୁମ ପାଦେ ନିବେଦନ
ଆତଙ୍କ ବେଳରେ ଡାକୁଚି ତୁମକୁ
ଦୁଃଖ ନିବାର ବହନ।।
ସଂସାରର ସବୁ ଭରସା ଛାଡିଲି
ତୁମ ପାଦେ ଆଶ୍ରା କଲି
ତୁମେ ପିତା ମାତା ବନ୍ଧୁ ସହୋଦର
ରକ୍ଷାକର ଶୂଳ ଧାରି।।
     

     ମମତା ସାହୁ

    ଗାଈଗାଁ,କଳାହାଣ୍ତି

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଲକ୍ଷ୍ଯ

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ମହକ

Sunil Chandra Nayak

ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା ବାଇକ ଆରୋହୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!