ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ସମ୍ବଲପୁରୀ ଦିବସ

ସମ୍ବଲପୁରୀ ଦିବସ

            ଶ୍ରୀମତୀ କଲ୍ୟାଣୀ ନନ୍ଦ

 

      ” ସମ୍ବଲପୁରର ମାଏଟ୍ ପାଏନ୍ ଝରସି ହୀରା,ନୀଲା ,
      ଧଏନ୍ ଧଏନ୍ ମା ସମଲେଇ, ଧଏନ୍ ଧଏନ୍ ତୋର ଲୀଲା।”

  ମହାନଦୀ କୂଳରେ ସ୍ଥିତ ସମ୍ବଲପୁର ଭାରତର ଓଡ଼ିଶା ରାଜ୍ୟର ଏକ ଐତିହାସିକ ନଗରୀ ଯାହାର କଳା,ସ୍ଥାପତ୍ୟ ଦେଶ,ବିଦେଶରେ ବିଖ୍ୟାତ।ସମ୍ବଳନଗରୀ ସମ୍ବଲପୁର ସ୍ଵୀୟ ଭାଷା, ସଂସ୍କୃତି,କଳା,ସ୍ଥାପତ୍ୟ ପାଇଁ ପରିଚିତ ।ଆଜି ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିବସ ଭାବରେ ପଶ୍ଚିମାଞ୍ଚଳ ଓଡ଼ିଶା ବ୍ୟତୀତ ଓଡ଼ିଶାର ରାଜଧାନୀ ଭୁବନେଶ୍ବର,ଓଡ଼ିଶା ବାହାରେ ଥିବା ବଡ଼ବଡ଼ ନଗରୀ ରେ ପାଳିତ ହେଉଛି।

         ଆଜିର ଦିନରେ ୧୯୧୩ ମସିହାରେ ସମ୍ବଲପୁରୀ ଭାଷାକୁ ଆଗକୁ ବଢ଼ାଇବାରେ ତଥା ଏହାର ପ୍ରଚାର,ପ୍ରସାର ଦିଗରେ ପ୍ରମୁଖ ଭୂମିକା ଥିଲା ଏ ଅଞ୍ଚଳର ଗୁରୁ ସତ୍ୟନାରାୟଣ ବହିଦାର ଙ୍କର।ସେ ଥିଲେ ସମ୍ବଲପୁରୀ ଭାଷା, ସାହିତ୍ୟ ର ପୁରୋଧା।ସୋନପୁର ରେ ୧୯୧୩ ମସିହା ଅଗଷ୍ଟ ୧ ତାରିଖରେ ତାଙ୍କର ଜନ୍ମ ହୋଇଥିଲା।ପରାଧୀନ ଭାରତରେ ଜନ୍ମ ନେଇଥିଲେ ଏବଂ ୧୯୮୦ମସିହା ଡିସେମ୍ବର ୩୧ତାରିଖରେ ସ୍ବାଧୀନ ଭାରତ ଭୂମିରେ ତାଙ୍କର ତିରୋଧାନ ଘଟିଥିଲା।ଏଇ ସମୟ ଭିତରେ ସେ ନିଜ ଭାଷା, ସାହିତ୍ୟ ର ଉନ୍ନତି ନିମନ୍ତେ ଯେଉଁ ପ୍ରୟାସ କରିଥିଲେ ତାହା ଅବିସ୍ମରଣୀୟ।ତାଙ୍କର ଜନ୍ମତିଥି କୁ ସ୍ମରଣ କରି ସମଗ୍ର ପଶ୍ଚିମାଞ୍ଚଳ ରେ ୨୦୧୨ମସିହାରୁ ଏହି ଦିନ ପାଳିତ ହୁଏ ,” ସମ୍ବଲପୁରୀ ଦିବସ”।

     ସ୍ବର୍ଗତ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା, ସାହିତ୍ୟ ର ଉନ୍ନତି ନିମନ୍ତେ ଏଇ ଭାଷାରେ କହିବା,ଲେଖିବାରେ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିଥିଲେ।ସେ ସୋନପୁରରୁ ସମ୍ବଲପୁର ଆସି ଚନ୍ଦ୍ର ଶେଖର ଜିଲ୍ଲା ସ୍କୁଲରେ ପାଠ ପଢି ସେଇ ଜିଲ୍ଲା ସ୍କୁଲରେ ଶିକ୍ଷକତା କରିଥିଲେ ଏବଂ ସମ୍ବଲପୁର ରେ ଶେଷ ପର୍ଯ୍ୟନ୍ତ ରହିଥିଲେ।ତାଙ୍କ ଜୀବନ କାଳରେ ସେ ପ୍ରଥମେ “ଅନୁଭୂତି” ନାମକ ଛୋଟ ଛୋଟ ୧୧୯ଟି କବିତା ଲେଖିଥିଲେ,ଯେତେବେଳେ ଭାରତ ସ୍ବାଧୀନତା ପାଇ ନ ଥିଲା। ପରବର୍ତ୍ତୀ ସମୟରେ ସେ ସମ୍ବଲପୁରୀ ଭାଷାରେ ଶବ୍ଦକୋଷ, ବ୍ୟାକରଣ,ଫୁଲ ଚାଙ୍ଗୀର,ଘାବଘାବୋ,ଠିକ୍ ଚେହରା,ଶ୍ରୀପଞ୍ଚମୀ ଆଦିଲେଖିଥିଲେ।ସେ ଓଡ଼ିଶା ସାହିତ୍ୟ ଏକାଡେମୀ,ରାଜ୍ୟ ସାହିତ୍ୟ ସମିତି,ଶରତଚନ୍ଦ୍ର ସ୍ମୃତି ପୁରସ୍କାର,ଦ୍ବାରା ପୁରସ୍କୃତ ଓ ସମ୍ୱର୍ଦ୍ଧିତ ହୋଇଥିଲେ।

   ଆଜି ସମ୍ବଲପୁରୀ ଭାଷା, ସଙ୍ଗୀତ,ନୃତ୍ୟ, ସମ୍ବଲପୁରୀ ଶାଢ଼ୀ,ସମ୍ବଲପୁରର ହୀରାକୁଦ ବନ୍ଧ, ସମଲେଶ୍ଵରୀ ମନ୍ଦିର,ହୁମା ସ୍ଥିତ ବକ୍ର ମନ୍ଦିର ଦେଶ ବିଦେଶରେ ପରିଚିତି ଲାଭ କରି ଖ୍ୟାତି ଲାଭ କରିପାରିଛି। ସ୍ବର୍ଗତ ସତ୍ୟନାରାୟଣ ବହିଦାର ପଶ୍ଚିମାଞ୍ଚଳ ର ସମ୍ବଲପୁରୀ ଭାଷା, ସାହିତ୍ୟ,କଳା, ସଂସ୍କୃତି କୁ ଆଗକୁ ବଢ଼ାଇବା ରେ ଯେଉଁ ଚେଷ୍ଟା କରିଥିଲେ ତା ଆଜି ବିଶ୍ବ ପ୍ରସିଦ୍ଧି ଲାଭ କରି ପାରିଛି।ଆସନ୍ତୁ ସମସ୍ତେ ଏଇ ସମ୍ବଲପୁରୀ ଦିବସରେ ନିଜ ମାଁ ମାଟିର ସମ୍ମାନାର୍ଥେ ସମ୍ବଲପୁରୀ କହିବା,ଲେଖିବା,ଗାଇବା, ସମ୍ବଲପୁରୀ ପିନ୍ଧିବା ଏବଂ ସମ୍ବଲପୁରୀ ଭାଷା, ସଂସ୍କୃତି ର ଯଶ ରଖିବା।

       ” ଜୟ ମାଁ ସମଲେଇ…ଜୟ କୋଶଳୀ ଭାଷା, ସାହିତ୍ୟ ଓ ସଂସ୍କୃତି।”

ବୁଢ଼ାରଜା, ସମ୍ବଲପୁର

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ର ପଂଚାୟତ ମାନଙ୍କ ରେ ଲୋକ ଙ୍କ ଅଭିଯାନ ର ପ୍ରଥମ ଗ୍ରାମସଭା

Sunil Chandra Nayak

ଭୋଜି ଖାଇ ୧୧ଜଣ ଝାଡା ବାନ୍ତି ଆକ୍ରାନ୍ତ :ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

ଆଦିବାସୀଙ୍କ ମୁଣ୍ଡରେ କାହିଁକି ଗରା ? ସରକାରଙ୍କୁ ଜବାବ ମାଗିଲେ ବସ୍ତିବାସିନ୍ଦା !

Sunil Chandra Nayak

Leave a Comment

error: Content is protected !!