ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ କୃଷି ଅଧିକାରୀ କହି ବ୍ୟବସାୟୀ ଙ୍କ ଠାରୁ ବଟି ଆଦାୟ ଅଭିଯୋଗ

ନୂଆପଡା ଜିଲ୍ଲା ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେନିୟମ ଦାଦା ବଟି କାରବାର । କେହି ନିଜକୁ ପୋଲିସ କର୍ମଚାରୀ କହୁଛି ତ କିଏ ନିଜକୁ ତହସିଲଦାର ତ ଆଉ କିଏ ସାମ୍ବାଦିକ ର ପରିଚୟ ଦେଇ ଦାଦା ବଟି ଆଦାୟ କରୁଥିବା ନଜିର କୁ ଆସିଛି । କିଛିଦିନ ତଳେ ଜଣେ ନକଲି କୃଷି ଅଧିକାରୀ ଙ୍କୁ ଖଡ଼ିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ଆଉ ଗୋଟିଏ ନକଲି ଦାଦା ବଟି ଆଦାୟ କରୁଥିବା ଦଳ ବୋଡେ଼ନ ଅଞ୍ଚଳରେ ସକ୍ରିୟ ରହିଥିବା ଜାଣିବାକୁ ମିଳିଛି । ସୂଚନା ଅନୁସାରେ ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ବୋଡେ଼ନ ଥାନା ଡ଼ମଝର ଗାଁର ଦିନେଶ ଅଗ୍ରୱାଲ ନାମକ ଏକ ବ୍ୟବସାୟୀ ଙ୍କ ପାଖକୁ ଚାରି ଜଣ ଦୁର୍ବୁତ୍ତ ଏକ ସ୍ୱିପ ଡିଜେର ଗାଡି ମାଧ୍ୟମରେ ଆସିଥିଲେ । ପରେ ସେମାନେ ନିଜକୁ କୃଷି ବିଭାଗର ଅଧିକାରୀ କହି ବ୍ୟବସାୟୀ ଜଣଙ୍କୁ କାଗଜପତ୍ର ଦେଖାଇବା ପାଇଁ କହିଥିଲେ । ହେଲେ ବ୍ୟବସାୟୀ ଦିନେଶ ଅଗ୍ରୱାଲ ସନ୍ଦେହ କରି କୃଷି ବିଭାଗ କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଵା ସମୟରେ ଦୁର୍ବୁତ୍ତ ମାନେ ବ୍ୟବସାୟୀ ଙ୍କ ଠାରୁ ପ୍ରଥମେ ମୋବାଇଲ ଛଡାଇ ନେଇ ଷାଠିଏ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ତୋର ଲାଇସେନ୍ସ ଜବତ କରିଦିଆଯିବ ବୋଲି କହିବା ସହ ଦିନେଶ କୁ ଅନେକ ଗାଳିଗୁଲଜ କରି ଏକଥା କାହାକୁ କହିଲେ ଜୀବନ ରେ ମାରିଦେବା ର ଧମକ ଦେଇଥିଲେ । ଜୀବନ ଆକୁଳ ରେ ଦିନେଶ ସେମାନଙ୍କୁ ଦଶ ହଜାର ଟଙ୍କା ଦେଇ ଦୁର୍ବୁତ୍ତ ମାନଙ୍କ ଠାରୁ ମୋବାଇଲ ପାଇଥିଲେ । କିଛି ସମୟ ପରେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଉକ୍ତ ଘଟଣାକୁ ନେଇ ବ୍ୟବସାୟୀ ଜଣକ ନିଜ ଗାଁଲୋକ ଙ୍କୁ ଜଣାଇ ବୋଡେ଼ନ ପୋଲିସ ର ଆଶ୍ରୟ ନେଇ ଏକ ମାମଲା ଦାଏର କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ଏକ ଘରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ଦୁର୍ବୁତ୍ତ ମାନେ ଆସିଥିବା ଗାଡି ଓ ସେମାନଙ୍କ ଫଟୋ କଏଦ ହୋଇଥିବା ବେଳେ ଉକ୍ତ ଫୁଟେଜ କୁ ମଧ୍ୟ ବୋଡେ଼ନ ଥାନାରେ ଦାଖଲ କରିଛନ୍ତି । ବୋଡେ଼ନ ପୋଲିସ ଏବାବଦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ଟି ଯଦି ସତ୍ୟ ଓ ସଠିକ ପ୍ରମାଣ ମିଳେ ତେବେ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋଡେ଼ନ ଥାନା ଅଧିକାରୀ ସୁଦର୍ଶନ ନାୟକ କହିଛନ୍ତି । ପୋଲିସ ଏହି ଘଟଣା କୁ ଦୃଢ଼ତା ର ସହ ନେଇ ଯଥା ଶୀଘ୍ର ଠକ ମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟ ପଟେ କେବଳ ଡ଼ମଝର ଗାଁର ଦିନେଶ ନୁହେଁ ବୋଡେ଼ନ ବ୍ଲକ ର ବିଭିନ୍ନ ଗାଁର ବିଭିନ୍ନ ଵ୍ୟଵସାୟୀ ସର କାରୀ କର୍ମଚାରୀ ଙ୍କୁ ଡ଼ରାଇ କରି ଦାଦା ବଟି ଆଦାୟ କରୁଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ବ୍ୟବସାୟୀ ଓ ସରକାରୀ କର୍ମଚାରୀ ମାନଙ୍କ ମନ ରେ ଭୟ ସଂଚାର ହୋଇଛି । ପୋଲିସ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଜରୁରୀ ହୋଇପଡ଼ିଛି । ଦିନେଶ ଅଗ୍ରୱାଲ , ହିତେଶ ଅଗ୍ରୱାଲ ଦାବିକରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା କିମ୍ପା ହେବା ମନେ ଦୁଃଖି

ଦିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ମଉଡ଼ମଣୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!