ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

(ଗୀତି କବିତା)
‘ଦ’ଅନୁପ୍ରାସ କ୍ରମରେ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦୀନବନ୍ଧୁ ଘେନ ସକାଳ ଜଣାଣ 
ଦୀନ ଦୁଃଖି ଜଣାଉଛି,
ଦିନ ଯାଉ ବିତି ସୁଖରେ ସୁଖରେ
ଦିନମଣି ନାମ ଚିନ୍ତି……(୦)
ଦୁଃଖ ନାଶନ ହେ ଆରତ ଭଞ୍ଜନ
ଦେଖିବ ନୟନ ମେଲି 
ଦାଗା ଦେବ ନାହିଁ ହେ ବ୍ରହ୍ମାଣ୍ଡ ସାଇଁ
ଦୋଷ ମୁଁ କରିଛି ବୋଲି 
ଦମ୍ଭରେ ଭଜଇ ଚରଣ ନମଇ 
ଦକା ଦୂରେଇ ଶ୍ରୀପତି…..(୧)
ଦହୁଛି ଦୁର୍ଗତି କମଳାଙ୍କ ପତି
ଦଗଧି ହୁଏ ଅନ୍ତର
ଦମ୍ଭିଲା ପଣରେ ଦୟାଳୁ ପାଖରେ
ଦୁଃଖ ଜଣାଏ ସତ୍ୱର
ଦରଦୀ ଠାକୁର ନ କରିବ ପର
ଦରବିବ ଶୁଣି ସ୍ତୁତି……(୨)

ଫୁଲବାଣୀ, କନ୍ଧମାଳ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ମମତା ଯାଉଛି ହଯି

Sunil Chandra Nayak

Leave a Comment

error: Content is protected !!