ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀମାନେ ଅନୁମତି ନ ପାଇବାରୁ ଅମଳ ଧାନ ବିକ୍ରିରେ ଅସୁବିଧା

ଢେଙ୍କାନାଳ ଜିଲ୍ଲା ହରେକୃଷ୍ଣପୁର ଗ୍ରାମର ସଞ୍ଜାଦାର ଚାଷୀମାନଙ୍କୁ ଧାନ ବିକ୍ରି ପାଇଁ ଅନୁମତି ନ ମିଳିବାରୁ ସେମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି l ସେମାନେ ଟ୍ରଷ୍ଟ ଅଧୀନ ରେ ଥିବା ବିଲ ଚାଷ କରୁଛନ୍ତି l ଟ୍ରଷ୍ଟରେ ମଧ୍ୟ ଅର୍ଥ ପ୍ରଦାନର ସୁବିଧା ଅଛି l କିନ୍ତୁ ଚାଷୀଙ୍କୁ ସରକାରଙ୍କୁ ବିକ୍ରି କରିବାର ଅନୁମତି ନ ମିଳିବାରୁ ବେପାରୀମାନଙ୍କୁ ଶାଗ ମାଛ ଦରରେ ବିକ୍ରି କରି ବହୁତ କ୍ଷତି ସହିବାକୁ ପଡୁଛି l ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଆମକୁ ଆମ ଜମି ମାଲିକର ଆଧାର ସମେତ ଅନ୍ୟ ଦସ୍ତାବିଜ ଆବଶ୍ୟକ କିନ୍ତୁ ଏହି ଟ୍ରଷ୍ଟରୁ ଉପରୋକ୍ତ ଦସ୍ତାବିଜ ହାସଲ କରିବାର ଚାଷୀମାନେ ଅକ୍ଷମ l ରାଜ୍ୟ ସରକାର ଧାନ କୁଇଣ୍ଟାଲ ପ୍ରତି 2950 ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରିଥିବା ବେଳେ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ l ଏବେ ସମବାୟ ସମିତି ମାଧ୍ୟମରେ 2000 ଟଙ୍କାରେ ଧାନ କୁଇଣ୍ଟାଲ କିଣିବାକୁ ନିଷ୍ପତି ନିଆଯାଇଛି l କିନ୍ତୁ ଚାଷୀଙ୍କୁ ବିକ୍ରି କରିବାକୁ ଅନୁମତି ନ ମିଳିବାରୁ ସେମାନେ ଅଧିକ ଟଙ୍କା ଖର୍ଚ କରି ଧାନ ଅମଳ କରୁଛନ୍ତି କିନ୍ତୁ କମ ଟଙ୍କାରେ ବେପାରୀଙ୍କୁ ଦେଉଛନ୍ତି l ତେଣୁ ଏହି କଥାକୁ ବିଚାରକୁ ନେଇ ସଞ୍ଜା ଚାଷୀଙ୍କୁ ଧାନ ବିକ୍ରିର ଅନୁମତି ମିଳିଲେ ସେମାନେ ଉପକୃତ ହେବେ ବୋଲି ମତପ୍ରକାଶ କରିଛନ୍ତି l ଏଥିପାଇଁ ସେମାନେ ଏକ ଲିଖିତ ଦାବି ଜିଲ୍ଲପାଳଙ୍କ ନିକଟରେ ଦାଖଲ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଡିଏସପି ଅଭିନବ ଡ଼ାଳୁଆ 

Sunil Chandra Nayak

ବୋହୁ କଥାରେ ପଡ଼ି ପୁଅ ଚାଲି ଗଲା ମାଆକୁ ଛାଡି, ଭଙ୍ଗା ଦଦରା କୁଡିଆ ଘରେ ଜରି ପାଲ ଟାଣି ଜୀବନ ବିତାଉଛନ୍ତି ବୃଦ୍ଧା ମହିଳା ଗେଲେହି

Sunil Chandra Nayak

ପୂଣ୍ୟତିଥିରେ ମନେ ପଡନ୍ତି ଅଟଳ ବିହାରୀ ବାଜପେୟୀ, ଭାରତ ରାଜନୀତିର ଅନନ୍ୟ ବିନ୍ଧାଣୀ

Sunil Chandra Nayak

Leave a Comment

error: Content is protected !!