ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀମାନେ ଅନୁମତି ନ ପାଇବାରୁ ଅମଳ ଧାନ ବିକ୍ରିରେ ଅସୁବିଧା

ଢେଙ୍କାନାଳ ଜିଲ୍ଲା ହରେକୃଷ୍ଣପୁର ଗ୍ରାମର ସଞ୍ଜାଦାର ଚାଷୀମାନଙ୍କୁ ଧାନ ବିକ୍ରି ପାଇଁ ଅନୁମତି ନ ମିଳିବାରୁ ସେମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି l ସେମାନେ ଟ୍ରଷ୍ଟ ଅଧୀନ ରେ ଥିବା ବିଲ ଚାଷ କରୁଛନ୍ତି l ଟ୍ରଷ୍ଟରେ ମଧ୍ୟ ଅର୍ଥ ପ୍ରଦାନର ସୁବିଧା ଅଛି l କିନ୍ତୁ ଚାଷୀଙ୍କୁ ସରକାରଙ୍କୁ ବିକ୍ରି କରିବାର ଅନୁମତି ନ ମିଳିବାରୁ ବେପାରୀମାନଙ୍କୁ ଶାଗ ମାଛ ଦରରେ ବିକ୍ରି କରି ବହୁତ କ୍ଷତି ସହିବାକୁ ପଡୁଛି l ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଆମକୁ ଆମ ଜମି ମାଲିକର ଆଧାର ସମେତ ଅନ୍ୟ ଦସ୍ତାବିଜ ଆବଶ୍ୟକ କିନ୍ତୁ ଏହି ଟ୍ରଷ୍ଟରୁ ଉପରୋକ୍ତ ଦସ୍ତାବିଜ ହାସଲ କରିବାର ଚାଷୀମାନେ ଅକ୍ଷମ l ରାଜ୍ୟ ସରକାର ଧାନ କୁଇଣ୍ଟାଲ ପ୍ରତି 2950 ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରିଥିବା ବେଳେ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ l ଏବେ ସମବାୟ ସମିତି ମାଧ୍ୟମରେ 2000 ଟଙ୍କାରେ ଧାନ କୁଇଣ୍ଟାଲ କିଣିବାକୁ ନିଷ୍ପତି ନିଆଯାଇଛି l କିନ୍ତୁ ଚାଷୀଙ୍କୁ ବିକ୍ରି କରିବାକୁ ଅନୁମତି ନ ମିଳିବାରୁ ସେମାନେ ଅଧିକ ଟଙ୍କା ଖର୍ଚ କରି ଧାନ ଅମଳ କରୁଛନ୍ତି କିନ୍ତୁ କମ ଟଙ୍କାରେ ବେପାରୀଙ୍କୁ ଦେଉଛନ୍ତି l ତେଣୁ ଏହି କଥାକୁ ବିଚାରକୁ ନେଇ ସଞ୍ଜା ଚାଷୀଙ୍କୁ ଧାନ ବିକ୍ରିର ଅନୁମତି ମିଳିଲେ ସେମାନେ ଉପକୃତ ହେବେ ବୋଲି ମତପ୍ରକାଶ କରିଛନ୍ତି l ଏଥିପାଇଁ ସେମାନେ ଏକ ଲିଖିତ ଦାବି ଜିଲ୍ଲପାଳଙ୍କ ନିକଟରେ ଦାଖଲ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଡମ୍ବ ଗଣ୍ଡା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ଅପ୍ରେଲ ୧୧ ରେଳରୋକ ପାଇଁ ସଜବାଜ

Sunil Chandra Nayak

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!