ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା ୨.୮.୨୦୨୨ 🙁 ମ ନି ସ)  ଗତ ୧.୮.୨୦୨୨ ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୫.୦୦ଘ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଗଭର୍ଣିଁ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଉପାଧ୍ୟକ୍ଷ ପି ଅନ୍ୱେଷା ରେଡ୍ଡୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଟେଲ ,ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ସଚିନ ପାୱାର ପ୍ରକାଶ,ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର ଙ୍କ ସହ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ,ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଡି ପି ଏମ ,ଏନ୍ ଏଚ ଏମ ଶ୍ରୀ ଅବନୀ ମହାପାତ୍ର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ରୋଗୀ ସେବା ,ଟୀକାକରଣ,ଆମ୍ବୁଲାନ୍ସ ସୁବିଧା,ଡାକ୍ତର ନିଯୁକ୍ତି, ଭିତ୍ତିଭୂମି ବିକାଶ, କାୟକଳ୍ପ ପୁରସ୍କାର,ସ୍ୱାସ୍ଥ୍ୟ ଶିବିର ,ଡି ଏଚ ଏଚ , ସି ଏଚ ସି ,ପି ଏଚ ସି , ସବ୍ ସେଣ୍ଟର ,ମ୍ୟାଲେରିଆ ଓ ଯକ୍ଷ୍ମା ନିରାକରଣ ନିମନ୍ତେ କାର୍ଯ୍ୟକ୍ରମ ,ଡେଙ୍ଗୁ ପାଇଁ ପଦକ୍ଷେପ ,ଏନ୍ ଟି ଇ ପି ,କୋଭିଡ ବୁଷ୍ଟର ଡୋଜ, କୋଭିଡ ଟେଷ୍ଟ,,ବାଇକ୍ ଆମ୍ବୁଲାନ୍ସ ଇତ୍ୟାଦି ଉପରେ ସବିଶେଷ ବିବରଣୀ ସ୍ଲାଇଡ ମାଧ୍ୟମରେ ଗୃହରେ ପରିବେଷଣ କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହ ଦେଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରି ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ୱ ଦିଆଯାଇଛି ଏବଂ ସେଥିପାଇଁ ଆଜି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ,ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଏକ ସ୍ୱଚ୍ଛ ଓ ଉଚିତ୍ ପରିବେଶ ମିଳିଛି ଏବଂ ସଦର ଡ଼ାକ୍ତରଖାନା ରେ ଚାପ କମୁଚି।କଳାହାଣ୍ଡି ଜିଲ୍ଲା କାୟାକଳ୍ପ ପୁରସ୍କାର ହାସଲ କରିଛି ଓ ଆଗକୁ ଆହୁରି ଉନ୍ନତ ସେବା ଓ ସୁବିଧା ପାଇଁ ସମସ୍ତ ସ୍ବାସ୍ଥ୍ୟ କର୍ମୀ,ଆଶା କର୍ମୀ,ଅଙ୍ଗନ୍ବାଡି କର୍ମୀ , ସ୍ବାସ୍ଥ୍ୟ ବିଭାଗର ଡାକ୍ତର,ନର୍ସ,ମେଡିକାଲ ଷ୍ଟାଫ୍ ଓ ସଂପୃକ୍ତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସହଯୋଗ ଓ ଅକ୍ଲାନ୍ତ ପରିଶ୍ରମ ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ସ୍ବାସ୍ଥ୍ୟ ସେବା ଏକ ଜରୁରୀ କାର୍ଯ , ଏଥିରେ ସଂପୃକ୍ତ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ନିଜ ନିଜ ଦାୟିତ୍ଵ କୁ ନିର୍ବାହ କରନ୍ତୁ ଏବଂ ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ ,ରକ୍ତହୀନତା ଦୂରୀକରଣ,ଯକ୍ଷ୍ମା ଓ ମ୍ୟାଲେରିଆ ରୋଗର ନିରାକରଣ,ଶିଶୁ ମୃତ୍ୟୁହାର ତଥା ବର୍ତ୍ତମାନ ସମ୍ଭାବ୍ୟ ଝାଡାବାନ୍ତି ହଇଜା ରୋକିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ପି ଏଚ ଓ ଡ ରାକେଶ ସାହୁ, ଡି ଏମ ଓ ଡ ମନୋ ମାଝି, ଡି ଆଇ ପି ଆର୍ ଓ ମନୋଜ ବେହେରା,ପ୍ରକାଶ ସେନାପତି,ସନ୍ତୋଷ କୁମାର ବାଗ ଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ଟେକ୍ନିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିିଲେ।

Related posts

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

Sunil Chandra Nayak

ନିୟମିତ ଚାକିରୀ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ

ଅବିନାଶ ମହାପାତ୍ର ଙ୍କ କବିତା ଜୀବନ ଡଙ୍ଗା 

Sunil Chandra Nayak

Leave a Comment

error: Content is protected !!