ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକ ର ସନ୍ଦେହ ଜନକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପାପଡାହାଣ୍ଡି,02/08, (ମ ନି ସ)  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ପିପଲଗୁଡା ଗ୍ରାମରେ ଯୁବକ ଜଣେ ସୋମବାର ସନ୍ଦେହ ଜନକ ମୃତ ହୋଇଛି | ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ କରି ପାପଡାହାଣ୍ଡି ଥାନା ରେ ଏତଲା ଦେଇଛନ୍ତି | ମୃତ ଯୁବକ ଜଣକ ଡାବୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ୁମନୀଗୁଡା ଗ୍ରାମର ର ଲଖନ ଯାନୀ (28) ଦୀର୍ଘ 7 ବର୍ଷ ତଳେ ପିପଲଗୁଡା ଗ୍ରାମର ର ଇଚ୍ଛାବତୀ ଭତରା ସହ ପ୍ରେମ ବିଵାହ କରିଥିଲେ | ବିଵାହ ଦିନଠୁ ଉଭୟ ପିପଲଗୁଡା ଗ୍ରାମରେ ରହିଆସୁଥିଲେ | ବିଵାହ ର 7 ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ନଥିଲା ଦୁହିଁ ଙ୍କ ମଧ୍ୟରେ ସବୁ ସମୟରେ ଝଗଡା ଲାଗିରହୁଥିଲା | ସୋମବାର ଦିନ ଦ୍ବିପହର 2ଟା ବେଳେ ଲଖନ ଖାଇବାକୁ ମାଗିଥିଲେ, ରୋଷେଇ କିଛି ସମୟ ବିଳମ୍ବ ହେବା ଯୋଗୁଁ ଦୁହିଁ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ଲଖନ ସ୍ତ୍ରୀ ଇଚ୍ଛାଵତୀ କୁ ବାଡ଼ିଆ, ପିଟିବା ଯୋଗୁଁ ସେ ଘର ବାହାରୁ ଲୁଚିବାକୁ ଚାଲି ଯାଇଥିଲେ. କିଛି ସମୟରେ ସେ ଘରକୁ ଫେରିବା ପରେ ଦେଖିଲେ ଯେ ତାଙ୍କ ସ୍ୱାମୀ ବେକ ରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି| ଏହା ଦେଖି ଇଚ୍ଛାବତୀ ତୁରନ୍ତ ଲଖନ କୁ ଓଲ୍ଲାଇ ଥିଲେ | ପରବର୍ତ୍ତୀ ସମୟରେ ଖୁଦ ପେଜ ପିଇବାକୁ ଦେଇ ନିଆଁ ଶେଖ ଦେଇଥିଲେ | ଏହାର କିଛି ସମୟପରେ ତାଙ୍କର ମୃତ ହୋଇଥିଲା | ଲଖନ ର ପରିବାର ଜାଣିବାପରେ ଲଖନ ର ପିତା ବଡ଼ ଯାନୀ ମଙ୍ଗଳବାର ଦିନ ପାପଡାହାଣ୍ଡି ଥାନା ରେ ହତ୍ୟା ଅଭିଯୋଗ କରିଛନ୍ତି | ଏନେଇ ପାପଡାହାଣ୍ଡି ଥାନା କେଶ ନଂ 10/22 ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଆରମ୍ବ କରିଛି | ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ଶିବଜି ପଣ୍ଡା ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କୋକସରାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଲଗାଣ ବର୍ଷା ରେ ଘର ଭୂଷଡ଼ିଲା, ମହିଳା ଆହତ

Sunil Chandra Nayak

ତୃପ୍ତିରାଣୀ ପାତ୍ର ଙ୍କ କବିତା ତୁମେ କଅଣ ?

Leave a Comment

error: Content is protected !!