ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

ରାଉରକେଲା/ ସେକ୍ଟର ୭ କମ୍ୟୁନିଟି ସେଣ୍ଟର ଠାରେ ୩ଦିନ ଧରି ଚାଲିଥିବା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ସାମାଜିକ ସ୍ବାସ୍ଥ୍ୟ ଓ ଲୋକକଲ୍ୟାଣ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଆମ ରାଜ୍ୟ ଯେପରି ଏହି ଖେଳରେ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିପାରିବ , ସେ ଦିଗରେ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ୩ ଦିନିଆ ପ୍ରତିଯୋଗିତା ରେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ୬୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଶ୍ବଜିତ ସାହୁ ଓ କମଳାକାନ୍ତ ବିଶ୍ବାଳଙ୍କୁ ନଗଦ ୧୮ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ସୁଦାମ ରାୟ ଓ ଶମ୍ଭୁଚରଣ ନାହାକଙ୍କୁ ୧୨ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଶେଖ ସୟିଦ ଆଲାମ ଓ ରଫିକଙ୍କୁ ୬ହଜାର ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଅନିଲ କୁମାର ନାୟକ ଓ ରୋହିତ କୁମାର କଲେତଙ୍କୁ ନଗଦ ୩ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏଭଳି ଆନ୍ତଃ ରାଜ୍ୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବାରେ ରାଉରକେଲା ଇସ୍ପାତ କାରଖାନା ଏକ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଅଛି। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଓଡିଶା ହକି ଦଳର ପ୍ରଶିକ୍ଷକ କାହ୍ନୁ ଚରଣ ଚୌଧୁରୀ ଓ ଏଲଆଇସିର ପ୍ରଶାସନିକ ଅଧିକାରୀ ସନ୍ତୋଷ ଶତପଥୀ ଯୋଗଦେଇଥିଲେ। କମ୍ୟୁନିଟି ସେଣ୍ଟରର ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ସଂପାଦକ ସମୀର କୁମାର ଦାସ,ସମୀର ସେନାପତି,ଉପେନ୍ଦ୍ର ମହାରଣା,କମଳ ସେଠୀ,ବିଷ୍ଣୁ ପରିଡା,କଳାକାର ନାୟକ, କୁନା ବୋଇତି,ବାବୁଲ ନାୟକ,ସନାତନ ନନ୍ଦ,ରବି ଭଞ୍ଜ ଓ କୃଷ୍ଣଚନ୍ଦ୍ର ଗୌଡ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ପର୍ଯ୍ୟଟକ ମାନଙ୍କ ପାଇଁ ବହୁବିଧ ବ୍ୟବସ୍ଥାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!