ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ଗାଁ ରେ ଗୁଜବ ରୁ ଦୁରେଇ ରହିବା ପାଇଁ ସଚେତନ କରୁଛନ୍ତି ସରପଞ୍ଚ

କୋକସରା,୨/୮-(ମ ନି ସ) କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଗତକିଛି ଦିନ ହେବ ରାତିରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ବୁଲୁଥିବା ଓ ଚୋରି ଡକାୟତି କରୁଥିବା ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେବାପରେ ଲୋକଙ୍କ ମଧ୍ୟରେ ଏକ ଅଜଣା ଭୟ ଦେଖିବାକୁ ମିଳିଛି। କୋକସରା ବ୍ଲକରେ ମଧ୍ୟ ଏହି ଘଟଣା ର ପ୍ରଭାବ ଦେଖିବାକୁ ମିଳିଛି । ସନ୍ଧ୍ୟା ପରେ ରାସ୍ତା ଘାଟ ଖାଁ ଖାଁ ଲାଗୁଛି । ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି। ଏମିତିକି କୋକସରା ବ୍ଲକର ଅନେକ ପଞ୍ଚାୟତର ଗ୍ରାମ ଗୁଡିକରେ ଯୁବକ ମାନେ ସଂଘବଦ୍ଧ ହୋଇ ଗ୍ରାମର ସୁରକ୍ଷା ପାଇଁ ଦଳ ଦଳ ହୋଇ ବିଭିନ୍ନ ଗଳି, ଛକ, ରାସ୍ତା ରେ ଲାଠି ଠେଙ୍ଗା ଧରି ପହରା ଦେଉଛନ୍ତି। ତେବେ ଏହାରି ଭିତରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଗୁଜବକୁ ବିଶ୍ୱାସ ନକରି କୌଣସି ଅଜଣା କିମ୍ବା ସନ୍ଦିଗ୍ଧ ଲୋକଙ୍କୁ ରାତିରେ ନିଜ ଅଂଚଳରେ ଦେଖିଲେ ପୋଲିସ ପ୍ରଶାସନ କୁ ଖବର କରନ୍ତୁ ବୋଳି ନିଜ ପଞ୍ଚାୟତର ଲୋକଙ୍କୁ ସଚେତନ କରୁଛନ୍ତି ଯୁବ ସରପଞ୍ଚ। କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ର ଯୁବ ସରପଞ୍ଚ ଅକ୍ଷୟ କୁମାର ନାଏକ ନିଜ ପଂଚାୟତରେ ଗାଁ ଗାଁ ବୁଲି ଏପରି ଭାବେ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ସରପଞ୍ଚ ଙ୍କ ଏହି ନିଆରା ଉଦ୍ୟମକୁ ପଞ୍ଚାୟତର ଜନସାଧାରଣ ମଧ୍ୟ ସାଧୁବାଦ ଦେଇଛନ୍ତି। ଅନ୍ୟପଟେ ଏନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ଙ୍କୁ ପଚାରିବାରୁ ପୋଲିସ ମଧ୍ୟ ରାତି ତମାମ ପେଟ୍ରୋଲିଂ କରୁଛି, କୌଣସି ସନ୍ଦିଗ୍ଧ ଲୋକଙ୍କୁ ଦେଖିଲେ ଆଇନ କୁ ହାତକୁ ନନେଇ ପୋଲିସକୁ ଖବର ଦେବାପାଇଁ ସଚେତନ କରାଯାଉଛି ବୋଳି କହିଛନ୍ତି।

Related posts

ନିରୁପମା ପାଣି ଙ୍କ ପ୍ରବନ୍ଧ ଗଣେଶ ପୂଜା

Sunil Chandra Nayak

କୁଡୁମି ସଂପ୍ରଦାୟ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସେନା ପକ୍ଷରୁ ରାଇରଙ୍ଗପୁରରେ ପ୍ରତିବାଦ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା କଳା ଛାଇ

Sunil Chandra Nayak

Leave a Comment

error: Content is protected !!