ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ – ଗୋରଖପୁର ଟିମ ଚମ୍ପିୟାନ

ରାୟଗଡା /ଟିକିରି- ତା ୦୨/୦୬/୨୨ ରିଖ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସିରିଗୁଡା ଗ୍ରାମରେ ଏକ କ୍ରିକେଟ ଟୁର୍ନାମେଣ୍ଟ ଉଦାଯାପିତ ହୋଇଯାଇଛି।ଏଥିରେ ୩୨ଗୋଟି ଟିମ ଭାଗ ନେଇଥିଲେ।ସେଥିମଧ୍ୟରୁ ଫାଇନାଲରେ ପହଞ୍ଚିଥିଲେ ୨ଟି ଟିମ।ଗୋଟିଏ ବଡ ମାରିଭଟା ଟିମ ହୋଇଥିବା ବେଳେ ଅନ୍ୟଟି ଗୋରଖପୁର ଟିମ୍ ।ପ୍ରଥମେ ଗୋରଖପୁର ଟିମ ୧୨ ଅଭରରେ ୬୫ ରନକରି ଅଭର ଶେଷ କରିଥିଲେ।ଦିତିୟ ଦଳ ବଡ ମାରିଭଟା ୧୧ ଅଭର ୪ଟି ବୋଲରେ ୬୩ ରନକରି ଏମ୍ପୟାର ଙ୍କର ଭୂଲ ନିଷ୍ପତି ଯୋଗୁଁ ମ୍ୟାଚ ବାତିଲ ହୋଇଯାଇଥିଲା।ମ୍ୟାଚ ଜିତିବା ପାଇଁ ୨ଟି ବୋଲକୁ ୨ ରନ ଦରକାର ଥିଲା। ହେଲେ ଆଜି ପୁନଶ୍ଚ ମ୍ୟାଚ ହେବାପରେ ତପନ ଗୈଡ ୨ଟି ବଲରେ ୩ଟି ଓ୍ବିକେଟ ନେଇ ଗୋରଖପୁର ଟିମ ଟ୍ରଫି ସହିତ୨୦ ହଜାର ପାଇ ବିଜୟଲାଭ କରିଛନ୍ତି। ଉମା ମାଝୀଙ୍କୁ ବେଷ୍ଟ କିପର ଭାବେ ବିବେଚିତ କରାଯାଇଥିଲା।ଦଳର ଅଧିନାୟକ ମୟ କୁମାର ସୂଚାରୁ ରୂପେ ପରିଚାଳନା କରିଥିଲେ।ସୂଚନା ଥାଉକି ଗତ ଗତ ସପ୍ତାହରେ ମଧ୍ୟ ରେଙ୍ଗା ଠାରେେ ଫାଇନାଲ ମ୍ୟାଚରେ ସିଳାଗାଁକୁ ହରାଇ ଟ୍ରଫି ସହ ୨୦ ହଜାର ଟଙ୍କା ବିଜୟ ଲାଭ କରିଥିଲେ।ଏହି ବିଜୟରେ ଗୋରଖପୁର ଟିମକୁ ଶୁଭେଛାର ବାର୍ତା ଛୁଟିଛି।ଗ୍ରାମାଞ୍ଚଳରେ କୋଚ ଏବଂ ଆର୍ଥିକ ଅଭାବରୁ ଆଗକୁ ବଢି ପାରୁନାହାନ୍ତି।ଯଦି ସରକାର ଏହି କ୍ରିକେଟ ଖେଳାଳିଙ୍କର କିଛି ସାହାର୍ଯ୍ୟ ମିଳିଲେ ଆଗାମି ଦିନରେ ଆହୁରି ଭଲ ଖେଳି ଜିଲ୍ଲା ଏବଂ ରାଜ୍ୟରେ ଗୈରବ ଅର୍ଜନ କରିପାରି ପାରନ୍ତେ ବୋଲି ଉପସ୍ଥିତ ଖେଳାପ୍ରେମୀ ପ୍ରକାଶ କରିଛନ୍ତି ।

ରାୟଗଡ଼ା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ 

Related posts

ଚିତ୍ତ ରଂଜନ ନନ୍ଦ ଙ୍କ କବିତା ବୈପ୍ଳବିକ ସ୍ରୋତେ ଚାଲିବା

Sunil Chandra Nayak

ଏବେ ଗାଡି ଇନସ୍ୟୁରାନ୍ସ ମହଙ୍ଗା..

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!