ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହଳଦା କଲେଜ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

 ମୟୂରଭଞ୍ଜ:-୦୩/୦୮/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବ୍ଳକ ଅଫିସ ସନ୍ନିକଟ   ବହଳଦା ଧିରଜଲାଲ କଲେଜ ରେ ଜୀବ ବିଜ୍ଞାନ ପ୍ରଦର୍ଶକ ଭାବେ କାର୍ଯ୍ୟରତ ଇନ୍ଦଖୋଳି ଗ୍ରାମର ସୁଧକର ସାମଲ’ଙ୍କ ପୁଅ ଗଣେଶ ସାମଲ’ଙ୍କ ବହଳଦା ସ୍ଥିତ ବାସଭବନ ରୁ ତାଙ୍କ ଅନୁପସ୍ଥିତିରେ କୌଣସି ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ଗତ ୩୦’ ତାରିଖ ଶନିବାର ଦିନ ବ୍ୟକ୍ତିଗତ କାମରେ ସପରିବାର ପୋଡଶୀ ଝାରଖଣ୍ଡ ର ଚାଁଇବସା କୁ ଯାଇ ସେଠାରେ ପରିଜନଙ୍କ ଘରେ ରହି କାର୍ଯ୍ୟ ସମ୍ପାଦନ ପରେ ତା’ପରଦିନ ରବିବାର ୩୧’ ତାରିଖ ମଧ୍ୟାନ୍ନ ପରେ ଘରକୁ ଫେରିଥିଲେ। ତେବେ ଘରେ ପଶିଲା ବେଳକୁ ଜିନିଷପତ୍ର ଏଣେତେଣେ ବିଛାଡି ହୋଇ ପଡିଥିବା ଦେଖି ଅଘଟଣ ଘଟିଥିବା ସନ୍ଦେହ ହୋଇଥିଲା ଏବଂ ଯାଞ୍ଚ କଲା ବେଳକୁ ନଗଦ ୫’ ହଜାର ଟଙ୍କା ସହ ସାଢେ ୩’ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ବହଳଦା ଥାନାରେ ସୂଚନା ଦିଆଯିବା ପରେ ବହଳଦା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଦଳବଳ ସହ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୋମବାର ବାରିପଦାରୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଦଳ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏନେଇ ବହଳଦା ଥାନାରେ ୧୦୦/୨୨’ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ପାଠ ପଢାଇବା ବଦଳରେ  ଛାତ୍ର/ଛାତ୍ରୀ ମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

Sunil Chandra Nayak

ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!