ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରତୀକ୍ଷା

    ପ୍ରତୀକ୍ଷା

ଉପେନ୍ଦ୍ର କୁମାର ବସ୍ତିଆ

   
ଥରେ ଆସିବକି ପ୍ରଭୁ ଆସିବକି 
ଆସିବ ଆସିବ ମନେ ମନେ ଭାବି 
ସରାଗରେ ମୁଁ ଯେ,ଅଛି ଟାକି 
ଥରେ ଆସିବକି •••••।
 ସେନହ ଶରଧା ପିରତି ପ୍ରୀତିରେ 
ପରଷି ସଧିରେ ଶ୍ରୀ ରଙ୍ଗ ଅଧରେ 
ମଧୁଭରା ଶ୍ରୁତି ପ୍ରିତିଭରା ସୁରେ 
ମୋହନ ମୁରଲୀ ବାଇବକି 
ଥରେ ଆସିବକି •••••।
ଖୁଦଭଜା ମୁଠେ ଅଣ୍ଟିରୁ ଛଡାଇ 
ରସିଲ ହେ ପ୍ରଭୁ ଶାଗ ଭଜା ଖାଇ 
ପୂର୍ବ ଅନୁରାଗ ସଂପ୍ରତି ସରାଗ 
କଥା ଟିକେ ମନେ କରିବକି 
ଥରେ ଆସିବକି••••।
କେତେ ଝଡ଼ଝଂଜା ଜୀବନେ ଆସିଛି 
ତୁମ ବାଟ ଚାହିଁ ତଥାପି ବଞ୍ଚିଛି 
ଏବେ ବି ମରିନି ଆଶା କୁଞ୍ଜଲତା 
ଭେଟାଭେଟି କେବେ ହୋଇବ କି 
ଥରେ ଆସିବକି •••••।
ଆସ ଆସ ପ୍ରଭୁ ହେଲେଣି ଅଥୟ 
ନିବାରଣ କର କଳୁଷିତ ଭୟ 
ଅଭୟ ଆଶ୍ରୟ ଦେଇ ପାଦତଳେ 
କାମନା ମୋ ପୂର୍ଣ୍ଣ କରିବକି କି 
ଥରେ ଆସିବକି ••••।

ରାଉରକେଲା

Related posts

ରିଷିଡାରେ ସମ୍ବାଦ-ଆମଓଡିଶା ପକ୍ଷରୁ ସ୍ୱାଭିମାନ ଦିବସ ପାଳନ

Sunil Chandra Nayak

ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଠି ଓଡିଶା ପକ୍ଷରୁ, ସ୍ୱାଧୀନତା ଦିବସ ପାଳନ

Sunil Chandra Nayak

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କର୍ମୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!