ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧି ମହାବିଦ୍ୟାଳୟ ରୋଟ୍ରାକ୍ଟ କ୍ଲବର ସ୍ଥାପନା ଦିବସ

ରାଉରକେଲା/ ରୋଟାରୀ କ୍ଲବ ଷ୍ଟିଲ ସିଟି ଆନୁକୂଲ୍ୟରେ ଗାନ୍ଧି ମହାବିଦ୍ୟାଳୟ ରୋଟ୍ରାକ୍ଟ କ୍ଲବର ସ୍ଥାପନା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଗୌରଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ରୋଟ୍ରାକ୍ଟ ଛାତ୍ର ଛାତ୍ରୀ ମାନଙ୍କୁ ସମାଜସେବା କରିବା ପାଇଁ ଉତ୍ସାହିତ କରିଥିଲେ ଓ ରୋଟାରୀ କ୍ଲବ ଷ୍ଟିଲ ସିଟିର ସଦସ୍ୟ ମାନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ। ଷ୍ଟିଲ ସିଟି ର ସଭାପତି ରୋଟାରୀଆନ ଆନାବେଲ ଡିସୌଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟ୍ରାକ୍ଟ ଛାତ୍ରଛାତ୍ରୀ ମାନଙ୍କୁ ସମାଜସେବା କରିବା ସହ ଶୃଙ୍ଖଳିତ ଓ ରୋଟାରୀଆନ ହେବାର ଗୌରବ ସଂପର୍କରେ ସୂଚନା ଦେବା ସହ ଆନ୍ତର୍ଜାତିକ ସ୍ତରରେ ଭାବ ବିନିମୟର ସୁଯୋଗ ସଂପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ରୋଟ୍ରାକ୍ଟ କ୍ଲବର ପ୍ରାକ୍ତନ ସଭାପତି ଶ୍ରୀବନ୍ତୀ ଚକ୍ରବର୍ତ୍ତୀ ନୂତନ ସଭାପତି ଗୁରୁଦେବ ସିଂ ଧାଞ୍ଜଲ ଙ୍କୁ ଓ ପୂର୍ବତନ ସଂପାଦକ ନୂତନ ସଂପାଦକ ରୋଶନ କୁମାର ପାଶ୍ବାନ ଙ୍କୁ ଚାଟର ପ୍ରଦାନ କରି ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହାବ୍ୟତୀତ ଉପସଭାପତି ଭାବେ ରୋଟ୍ରାକ୍ଟ ପଦ୍ମନୀ ସିଂହ,ସହ ସଂପାଦକ ଅସୀମା ମିଞ୍ଜ, କୋଷାଧ୍ୟକ୍ଷ ପ୍ରୀତି ଭୂମିଜ,ପ୍ରକଳ୍ପ ନିର୍ଦ୍ଦେଶକ ସ୍ମୃତିରେଖା ମହନ୍ତ ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ଚନ୍ଦ୍ରଶେଖର ଯାଦବ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସମସ୍ତ ରୋଟ୍ରାକ୍ଟରଙ୍କୁ ସଭାପତି ରୋଟାରୀଆନ ଶ୍ରୀ ମତୀ ଡିସୌଜା ପିନ୍ ପ୍ରଦାନ କରିଥିଲେ ଓ ଆଗକୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କ୍ଲବର ଉପଦେଷ୍ଟା ରୋଟାରୀଆନ ଆଲବିନ ଭିକୋ ଖାଲଖୋ ଉପସ୍ଥିତ ରୋଟ୍ରାକ୍ଟ ଙ୍କୁ ଉତ୍ସାହିତ କରିଥିବା ବେଳେ କ୍ଲବର ଅଧ୍ୟକ୍ଷା ରୋଟାରୀଆନ ସଂଧ୍ୟାରାଣୀ ବରାଳ ପୂର୍ବତନ ରୋଟ୍ରାକ୍ଟ ମାନଙ୍କୁ ପୁରସ୍କୃତ କରିଥିଲେ। ରୋଟାରୀଆନ ସୁମନ ରାୟ ମଂଚ ପରିଚାଳନା କରିଥିବା ବେଳେ ରୋଟାରୀଆନ ସୁଚିସ୍ମିତା ବିଶ୍ବାସ,ପୁତୁଲ ରାହୁଲ,ଲଳିତା ମୁଦାଲି, ସଂଜୀତ,ବିକାଶ, କାବେରୀ ବାନାର୍ଜୀ, ରାମଗୋବିନ୍ଦ ପଣ୍ଡିତ,ପଦ୍ମିନୀ ସିଂ,ସୁପ୍ରିୟା ଜେନା,ଅର୍ପିତା ପଟ୍ଟନାୟକ,ରାହୁଲ କୁମାର ସାହୁ,ମାନସୀ ରଣା,ରଶ୍ମି ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଂପାଦକ ରୋଟ୍ରାକ୍ଟ ଶ୍ରୀ ପାଶ୍ବାନ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୁଢି ଉପରେ ବି ସରକାରଙ୍କ ନଜର….

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସମୟକୁ ପଚ଼ାରିବାକି

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ।। କାଳି ଆପାଇଁ।।

Sunil Chandra Nayak

Leave a Comment

error: Content is protected !!