ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା/ ଛେଣ୍ଡ ସ୍ଥିତ କନକମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫରମାସିଉଟିକାଲ ସାଇନ୍ସ ର ଶେଷବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ତୃତୀୟ ବାର୍ଷିକ ଛାତ୍ର ଓ ଛାତ୍ରୀମାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ଡଃ ବିଶ୍ବରଂଜନ ବେହେରା,ପ୍ରଫେସର ଡଃ ମନୋଜ କୁମାର ଦଳାଇ,ପ୍ରଫେସର ଡଃ ଶୁଭଶ୍ରୀ ସାହୁ, ପ୍ରଫେସର ଅଶୋକ କୁମାର ସାମନ୍ତ,ଡଃ ମନୋଜ କୁମାର ମହାପାତ୍ର, ପ୍ରଫେସର ଡଃ ପ୍ରକାଶ କୁମାର ପଲାଇ ଡଃ ଇତିଶ୍ରୀ ମହାନ୍ତି, ପ୍ରଫେସର ବସନ୍ତ କୁମାର ଦାସ, ନିଲୁରାମ ପରିଡା ଓ ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ କାମନା କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।କଲେଜର ମୁଖ୍ୟ ଡଃ ବିଶ୍ବ ରଞ୍ଜନ ପଟ୍ଟନାୟକ ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଦେବା ସହ ସେମାନେ ନିଜ ବୃତ୍ତିରେ ଶୀର୍ଷ ସ୍ଥାନ ହାସଲ କରି ଅନୁଷ୍ଠାନ କୁ ଗୌରବାନ୍ବିତ କରିବା ପାଇଁ ଆଶା ପୋଷଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ଏହି ଅବସରରେ ଅନୁଷ୍ଠାନ ସହ ସଂପର୍କ ଓ ଅଭିଜ୍ଞତା ବଖାଣିଥିଲେ। ଓମପ୍ରିୟା,ମନସା,ସୌମ୍ଯ, ଆଦିତ୍ଯ,ମନଜିତ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତମ୍ବାଛଡା ଜ୍ଞାନ ମନ୍ଦିର ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

Sunil Chandra Nayak

ବୁଢ଼ୀପଦର ରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ରଞ୍ଜନ କୁମାର ମହାନ୍ତି ଙ୍କ କବିତା – ଏ ଫଗୁଣେ ତୁମେ

Sunil Chandra Nayak

Leave a Comment

error: Content is protected !!