ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫରଙ୍ଗ ରୁ ଜଣେ ମାନସିକ ବିକୃତ ବୃଦ୍ଧା ଉଦ୍ଧାର 

ଗୋଳାମୁଣ୍ଡା/ମସିହା/ଗୋଳାମୁଣ୍ଡା ବ୍ଲକ,ଫରଙ୍ଗ ଗ୍ରାମରେ ବହୁ ଦିନରୁ ଅସହାୟ ଅବସ୍ଥାରେ ଥିବା ମାନସିକ ଅନଗ୍ରସର ବୃଦ୍ଧାର ଖବର ନୂତନ ଭାବରେ ଫରଙ୍ଗ ଗ୍ରାମ ପଞ୍ଚାୟତ ରେ ଯୋଗ ଦେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାଏକ ସମାଜସେବୀ ଦୁଇ ଯୁବକ କୁ ଯୋଗାଯୋଗ କଲାପରେ ଆଜି ଦୁଇ ଯୁବ ସମାଜସେବୀ ଢଗଧମାଲି ନାଏକ,ଉମାକାନ୍ତ ସୁନାନୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାଏକ ଗ୍ରାଉଣ୍ଡ ଜିରୋ କୁ ଯାଇ ଗ୍ରାମବାସୀ ଏବଂ ଫରଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କୁନୁ ପଧାନ ଓ ସମିତି ସଭ୍ୟା ପ୍ରତିନିଧି ସୁରେନ୍ଦ୍ର କୁମାର ବାରିକ ୱାର୍ଡ ସଭ୍ୟ ଙ୍କ ଉପସ୍ଥିତି ରେ ସେହି ମାନସିକ ବିକୃତ ବୃଦ୍ଧା କୁ ଏକ ବୋଲେର ଗାଡ଼ିରେ ବସାଇ କରି ମିସନାରୀ ଅଫ ଚାରିଟି (ମଦର ଟେରେସା ଧର୍ମଗଡ )ରେ ଥଇଥାନ କରାଯାଇଛି. ବୃଦ୍ଧା ଜଣକ କ ଫରଙ୍ଗ ଗ୍ରାମର ହେମା ଦାସ ଏବଂ ତାଙ୍କର ବୟସ 65 ହେବ ବୋଲି ଜଣାପଡିଛି.ସେ ଫରଙ୍ଗ ଛକରେ ରାତି ଦିନ ରହୁ ଥିବାରୁ ଆଜି ତାଙ୍କୁ ଉଦ୍ଧାର କରାଯାଇଛି, ହେଲେ ବୃଦ୍ଧା ର ସୁ ବ୍ୟବସ୍ଥା କି ଭଳି ହୋଇ ପାରିବ ସେ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ

Related posts

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ…ଅଞ୍ଚଳ ରେ ଶୋକର ଛାୟା

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ଖିଚିଂରେ ବିଶ୍ବ ଯୋଗଦିବସ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!