ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନବିକତା ଦେଖାଇଲେ ପୋଲିସ ଓ ଜନ ପ୍ରତିନିଧି, ଯୁବକଙ୍କ ମୃତଦେହକୁ ଦେଲେ ସମ୍ମାନ

କୋକସରା,୫/୮- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଗ୍ରାମର ଏକ ଗଲି ରାସ୍ତାରେ ଥିବା ପରିତ୍ୟକ୍ତ ଘର ନିକଟରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଠାବ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପହଞ୍ଚି କୋକସରା ଥାନାକୁ ଖବର ଦେବାପରେ କୋକସରା ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ଯୁବକ ଘନାଗୁଡା ଗ୍ରାମର ଜଣେ ମାନସିକ ବିକାର ଯୁବକ ଯୁଧିଷ୍ଠିର ରାଉତ(୪୦) ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ଲଡୁଗାଁ ସହର ରେ ରହି ଆସୁଥିଲା । ଯୁବକର ପରିବାରରେ ବୃଦ୍ଧା ମା ଛଡା କେହି ନାହାଁନ୍ତି। ଶବ ଉଠାଇବାକୁ କୌଣସି ସମ୍ପର୍କୀୟ ନଆସିବାରୁ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ମହିଳା ସବ ଇନିସ୍ପେକ୍ଟର କୁମାରି ସତନାମି, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ସ୍ଥାନୀୟ ଯୁବକ ମାନବିକତା ଦେଖାଇ ଯୁବକର ମୃତଦେହକୁ ସମ୍ମାନ ଦେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଅଣାଯାଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଯୁବକଙ୍କ ଶବ ଯେଉଁଠି ପଡି ରହିଥିଲା ସେଠାରେ ସିମେଣ୍ଟ କଂକ୍ରିଟ ର ଏକ ବିମ ତଳେ ଯୁବକଙ୍କ ମୁଣ୍ଡ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ ୧୩/୨୨ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି।

Related posts

ଚାଲ ଈଶ୍ୱରଙ୍କୁ ଖୋଜବା ବିଷୟକୁ ନେଇ ଆଲୋଚନା

Sunil Chandra Nayak

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପରିସରରେ ଥିବା ଶୌଚାଳୟର ଅବସ୍ଥା ଶୋଚନୀୟ 

ନିଖୋଜ ଝିଅକୁ ଖୋଜି ଆଣିବା ପାଇଁ କୋକସରା ଥାନାର ଦ୍ୱାରସ୍ଥ ହେଲେ ବାପା

Sunil Chandra Nayak

Leave a Comment

error: Content is protected !!