ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ଟ ସର୍କିଟ ରେ ନିଆଁ ଲାଗି ଘର ଧୂଳିସାତ

ତେନ୍ତୁଳିଖୁଣ୍ଟି 06/08/22  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ଅନ୍ତର୍ଗତ ସଲପା ଗ୍ରାମରେ ଅରୁଣ ବିନ୍ଧାଣି ପିତା ଲକ୍ଷ୍ମଣ ବିନ୍ଧାଣି ଙ୍କ ଘରେ ସର୍ଟ ସର୍କିଟ ରେ ଲାଗିଲା ନିଆଁ।ସର୍ଟ ସର୍କିଟ ସମୟ ରେ ଘରେ କେହି ନଥିବା ସୂଚନା। ନିଆଁ ଲାଗିବା ସମୟରେ ଗାଁ ଲୋକେ ଦମକଳ କେନ୍ଦ୍ର କୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଘରର ଆସବାସ ପତ୍ର ଉଦ୍ଧାର କରି ଥିଲେ।ି। ଏହି ଉଦ୍ଧାର କାର୍ଯ୍ୟ ରେ ଦିଗି ପଞ୍ଚାୟତ ସରପଞ୍ଚ କିଶୋର ନାୟକ, ପଙ୍କଜ ସାହୁ, ପ୍ରକାଶ ପଣ୍ଡା , ଈଶ୍ୱର ମାଝୀ, ଯୁଗଳ ଭତ୍ରା, ଲକ୍ଷ୍ମଣ ଜାନି, ୱାର୍ଡ ମେମ୍ବର ନବୀନ ଭତ୍ରା, ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ରେ ସହଯୋଗ କରିଥିଲେ। ଘରର ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ଚାଉଳ ଓ ଲୁଗା ପଟା ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏ ନେଇ ଦିଗି ସରପଞ୍ଚ କିଶୋର ନାୟକ ପରିବାର ବର୍ଗ ଙ୍କୁ ସାନ୍ତନା ଦେବାସହ ଚାଉଳ ପନିପରିବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଚିପିଲିମା ର ସାହିତ୍ୟ ସମାଜରେ ବିଭିନ୍ନ ପ୍ରତିଯୋଗିତା

Leave a Comment

error: Content is protected !!