ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୃହରକ୍ଷୀମାନଙ୍କ ଭତ୍ତା ବଢ଼ିଲା..୯ ହଜାରରୁ ହେଲା ୧୨୨୮୦ ଟଙ୍କା

ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।

ପୂର୍ବରୁ ଗୃହରକ୍ଷୀମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ସେମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଭାବରେ ମାସିକ ୧୨,୨୮୦ ଟଙ୍କା ମିଳିବ। ଏତଦ୍ ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍ ମିଳିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ୍….

Related posts

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ

Sunil Chandra Nayak

ପଲ୍ଲୀ ବିକାଶ ପକ୍ଷରୁ ମିଲେଟ ଖାଦ୍ୟ ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!