ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦମୁକ୍ତି ଯୁବବାହିନୀ ର ଯୁବସମ୍ବାଦ ଅନୁଷ୍ଠିତ

ଭବାନୀପାଟଣା , (୦୭/୦୮) ମଦମୁକ୍ତ ଓଡ଼ିଶା ର ସଂକଳ୍ପ ସହ ଓଡ଼ିଶାର ପଶ୍ଚିମ ପ୍ରାନ୍ତ ର ୩ ଟି ଜିଲ୍ଲାରୁ ଆସିଥିବା ଶତାଧିକ ଯୁବକ ମାନଙ୍କୁ ନେଇ  ଭବାନୀପାଟଣା ଶିକ୍ଷକ ଭବନ ଠାରେ ଏକ “ଯୁବସମ୍ବାଦ” ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ସରକାର ପ୍ରାୟୋଜିତ ମଦ ଦୋକାନ ଯୋଗୁଁ ସାଧାରଣ ପରିବାର ଗୁଡ଼ିକ କିପରି ଉଜୁଡ଼ି ଯାଉଛି ଏବଂ ମୁଖ୍ୟସ୍ରୋତ ସାମାଜିକ ଓ ରାଜନୈତିକ ଶକ୍ତି ଗୁଡ଼ିକ କିପରି ଏହି ଗମ୍ଭୀର ସମସ୍ୟା କୁ ଅଣଦେଖା କରିଚାଲିଛନ୍ତି ତାହା ଆଲୋଚନା ର ମୁଖ୍ୟ ବିଷୟ ଥିଲା । ଜନ କଲ୍ୟାଣ ପାଇଁ ଅଭିପ୍ରେତ ଏକ ଗଣତାନ୍ତ୍ରିକ ସରକାର ମଦ ବିକିବା କଦାପି ଓଡ଼ିଶାର ଯୁବକ ମାନଙ୍କୁ ସ୍ୱୀକାର ହୋଇପାରେନା ଏବଂ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ବେସାଲିସ ସଂଘର୍ଷ କରିବା ହିଁ ଆଜିର ଆହ୍ୱାନ ହୋଇପାରେ ବୋଲି ମତ ପ୍ରକାଶ ପାଇଥିଲା । ଯେଉଁ ସରକାର ର ପ୍ରତ୍ୟେକ୍ଷ ସହଯୋଗ ରେ ଓଡ଼ିଶାର ଗାଁ ଗହଳି, ସହର ବଜାରରେ ୪ ହଜାର ୩ ଶହ ରୁ ଅଧିକ ମଦ ଦୋକାନ ଖୋଲିଛି, ସେହି ସରକାର ହିଁ ପ୍ରବଳ ଜନମତ ର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ । ଏଥିପାଇଁ ଆବଶ୍ୟକ ଜନଜାଗରଣ ର ସୂତ୍ରଧର ଓଡ଼ିଶାର ସ୍ୱାଭିମାନୀ ଯୁବକଟିଏ ହିଁ ହୋଇପାରେ । ଏଥିପାଇଁ ସେହି ଯୁବକ ମାନଙ୍କୁ ସମାଜ କଲ୍ୟାଣ ର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମିତ୍ତ ମଦମୁକ୍ତି ଯୁବବାହିନୀ “ଯୁବ ସମ୍ବାଦ” ମାନ ଆୟୋଜିତ କରିଥାଏ ବୋଲି ଯୁବବାହିନୀ ର ଆବାହକ ଶ୍ରୀ ସତ୍ୟବ୍ରତ ପୃଷ୍ଟି ପ୍ରକାଶ କରିଛନ୍ତି । ତିନି ଓମ୍ କାର ଶାନ୍ତି ପାଠ ରୁ ଆରମ୍ଭ ହୋଇ ଦିନସାରା ଚାଲିଥିବା ଏହି କାର୍ଯ୍ୟକ୍ରମ ହୋଇଥିଲା । ଯୁବକ ମାନଙ୍କ ଠାରେ ସମାଜ ପାଇଁ ସମର୍ପଣଭାବର ଝଲକ ଦୃଶ୍ୟମାନ ଥିଲା । ଏହି କାର୍ଯ୍ୟକ୍ରମ କୁ ଭବାନୀପାଟଣା ଜିଲ୍ଲା ସଂଯୋଜକ ପ୍ରବିଣ ମୁଣ୍ଡ ଓ ନବରଙ୍ଗପୁର ଜିଲ୍ଲା ସଂଯୋଜକ ଡମୁ ଗୌଡ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ କୁମାର ଦେଓ, ଉମେଶ ନାୟକ ଙ୍କ ସହ କଳାହାଣ୍ଡି ଜିଲ୍ଲାର ର ମଧୁସୂଦନ ଶର୍ମା,କୁଳପଣ୍ଡିତ ସ ରାୟଗଡା ଜିଲ୍ଲାର ପ୍ରଶାନ୍ତ ସାହୁ ଅନ୍ୟମାନେ ଉପସ୍ଥିତ ଥିଲେ ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ବଡଧାରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

Sunil Chandra Nayak

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

Sunil Chandra Nayak

ଝିମିଟି ଖେଳରୁ ମହାଭାରତ ର ରୁପରେଖ         

Sunil Chandra Nayak

Leave a Comment

error: Content is protected !!