ଭବାନୀପାଟଣା , (୦୭/୦୮) ମଦମୁକ୍ତ ଓଡ଼ିଶା ର ସଂକଳ୍ପ ସହ ଓଡ଼ିଶାର ପଶ୍ଚିମ ପ୍ରାନ୍ତ ର ୩ ଟି ଜିଲ୍ଲାରୁ ଆସିଥିବା ଶତାଧିକ ଯୁବକ ମାନଙ୍କୁ ନେଇ ଭବାନୀପାଟଣା ଶିକ୍ଷକ ଭବନ ଠାରେ ଏକ “ଯୁବସମ୍ବାଦ” ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ସରକାର ପ୍ରାୟୋଜିତ ମଦ ଦୋକାନ ଯୋଗୁଁ ସାଧାରଣ ପରିବାର ଗୁଡ଼ିକ କିପରି ଉଜୁଡ଼ି ଯାଉଛି ଏବଂ ମୁଖ୍ୟସ୍ରୋତ ସାମାଜିକ ଓ ରାଜନୈତିକ ଶକ୍ତି ଗୁଡ଼ିକ କିପରି ଏହି ଗମ୍ଭୀର ସମସ୍ୟା କୁ ଅଣଦେଖା କରିଚାଲିଛନ୍ତି ତାହା ଆଲୋଚନା ର ମୁଖ୍ୟ ବିଷୟ ଥିଲା । ଜନ କଲ୍ୟାଣ ପାଇଁ ଅଭିପ୍ରେତ ଏକ ଗଣତାନ୍ତ୍ରିକ ସରକାର ମଦ ବିକିବା କଦାପି ଓଡ଼ିଶାର ଯୁବକ ମାନଙ୍କୁ ସ୍ୱୀକାର ହୋଇପାରେନା ଏବଂ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ବେସାଲିସ ସଂଘର୍ଷ କରିବା ହିଁ ଆଜିର ଆହ୍ୱାନ ହୋଇପାରେ ବୋଲି ମତ ପ୍ରକାଶ ପାଇଥିଲା । ଯେଉଁ ସରକାର ର ପ୍ରତ୍ୟେକ୍ଷ ସହଯୋଗ ରେ ଓଡ଼ିଶାର ଗାଁ ଗହଳି, ସହର ବଜାରରେ ୪ ହଜାର ୩ ଶହ ରୁ ଅଧିକ ମଦ ଦୋକାନ ଖୋଲିଛି, ସେହି ସରକାର ହିଁ ପ୍ରବଳ ଜନମତ ର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ । ଏଥିପାଇଁ ଆବଶ୍ୟକ ଜନଜାଗରଣ ର ସୂତ୍ରଧର ଓଡ଼ିଶାର ସ୍ୱାଭିମାନୀ ଯୁବକଟିଏ ହିଁ ହୋଇପାରେ । ଏଥିପାଇଁ ସେହି ଯୁବକ ମାନଙ୍କୁ ସମାଜ କଲ୍ୟାଣ ର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମିତ୍ତ ମଦମୁକ୍ତି ଯୁବବାହିନୀ “ଯୁବ ସମ୍ବାଦ” ମାନ ଆୟୋଜିତ କରିଥାଏ ବୋଲି ଯୁବବାହିନୀ ର ଆବାହକ ଶ୍ରୀ ସତ୍ୟବ୍ରତ ପୃଷ୍ଟି ପ୍ରକାଶ କରିଛନ୍ତି । ତିନି ଓମ୍ କାର ଶାନ୍ତି ପାଠ ରୁ ଆରମ୍ଭ ହୋଇ ଦିନସାରା ଚାଲିଥିବା ଏହି କାର୍ଯ୍ୟକ୍ରମ ହୋଇଥିଲା । ଯୁବକ ମାନଙ୍କ ଠାରେ ସମାଜ ପାଇଁ ସମର୍ପଣଭାବର ଝଲକ ଦୃଶ୍ୟମାନ ଥିଲା । ଏହି କାର୍ଯ୍ୟକ୍ରମ କୁ ଭବାନୀପାଟଣା ଜିଲ୍ଲା ସଂଯୋଜକ ପ୍ରବିଣ ମୁଣ୍ଡ ଓ ନବରଙ୍ଗପୁର ଜିଲ୍ଲା ସଂଯୋଜକ ଡମୁ ଗୌଡ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ କୁମାର ଦେଓ, ଉମେଶ ନାୟକ ଙ୍କ ସହ କଳାହାଣ୍ଡି ଜିଲ୍ଲାର ର ମଧୁସୂଦନ ଶର୍ମା,କୁଳପଣ୍ଡିତ ସ ରାୟଗଡା ଜିଲ୍ଲାର ପ୍ରଶାନ୍ତ ସାହୁ ଅନ୍ୟମାନେ ଉପସ୍ଥିତ ଥିଲେ ।
ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ