ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାମରା ସଂଘର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା/ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାମରା ସଂଘ ଆନୁକୂଲ୍ୟରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ମହାନ୍ତିଙ୍କ ସଭପତିତ୍ବ ଓ ସଂପାଦକ ଭଗବାନ ରାଉତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଓଡିଆ ପ୍ରାଧ୍ୟାପକ ଡଃ ଅଶ୍ବିନୀ କୁମାର ରାୟ ମୁଖ୍ୟବକ୍ତା ଓ ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବର୍ଷା କବିତା ଉପରେ ଆଲୋଚନା କରିଥିଲେ। ଡଃ ରାୟ ବର୍ଷା ଉପରେ ପୂରାତନ କବିଙ୍କ ବିଭିନ୍ନ କବିତା ଓ ଡଃ ପଣ୍ଡା ଋକବେଦ ରେ ବର୍ଷା ର ବର୍ଣ୍ଣନା ସଂପର୍କରେ ଆଲୋଚନା କରିଥିଲେ। ଶିକ୍ଷୟିତ୍ରୀ ନିରୁପମା ପତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ସହରର ବହୁ କବି ବର୍ଷା ସଂପର୍କୀତ କବିତା ପାଠ କରିଥିବା ବେଳେ ଶମ୍ବୁନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସୁରୁଖୁରରେ ସମାପ୍ତ ହୋଇଥିବାରୁ ସାଂସ୍କୃତିକ ସଂପାଦକ ଶ୍ରୀ ନାୟକ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କେସିଙ୍ଗା ପୋଲିସ ର ବଡ ସଫଳତା, ଏକ ବଡ଼ ଧରଣ ର ବାଇକ ଚୋର ଗ୍ୟାଙ୍ଗ କୁ ଠାବ କଲା କେସିଙ୍ଗା ପୋଲିସ , ୧୯ଟି ବାଇକ ଜବତ ଓ ୫ ଜଣ ବାଇକ ଚୋର ଗିରଫ

Sunil Chandra Nayak

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

Sunil Chandra Nayak

କଲମପୁର ବ୍ଲକ ଅନ୍ତର୍ଗତ ତିନୋଟି ପେକ୍ସ ରେ ତିନି ଉପସଭାପତି ପଦ ପାଇଁ ଜଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

Leave a Comment

error: Content is protected !!