ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

ମୟୂରଭଞ୍ଜ -ତା ୦୭.୦୮.୨୦୨୨ରିଖ (ମସିହା) ମୟୂରଭଞ୍ଜ ଜିଲ୍ଲାର ଯଶିପୁର କୁମ୍ଭୀର ପ୍ରଜନନ କେନ୍ଦ୍ର ପରିସର ରେ ଏକ ଜରୁରୀକାଳୀନ ବୈଠକ ପାୱାର ଏମ୍ପ୍ଲୟୀଜ୍ ୟୁନିଅନର ରାଇରଙ୍ଗପୁର ଶାଖା ତରଫ ରୁ ସମସ୍ତ ମିଟର ରିଡର୍ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଶ୍ରୀ ଆର୍ତବନ୍ଧୁ ବିଶ୍ଵାଳ ସଭାପତି, ଶ୍ରୀ ଅଶ୍ଵିନୀ କୁମାର ପଣ୍ଡା ମୁଖ୍ୟ ବକ୍ତା ଓ ଶ୍ରୀ ବିଜୟକୃଷ୍ଣ ମାଇତି ,ଦୀପକ ମହାନ୍ତି, ଦେବାଶିଷ ସାହୁ, ସୁଶାନ୍ତ ବରାଳ,ସଂଜୟ ସାହୁ, ସୁମନ୍ତ ମହାନ୍ତ, ଜ୍ୟୋତି ପ୍ରକାଶ ପଣ୍ଡା ଅତିଥି ବକ୍ତା ଭାବରେ ସଭା ପରିଚାଳନା କରିଥିଲେ। ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ରେ ମିଟର ରିଡର୍ କାମ କରୁଥିବା ପ୍ରାୟ ୧୨୦-୧୪୦ ଜଣ ସଭା ରେ ଉପସ୍ଥିତ ରହି ବିଧିବଦ୍ଧ ଭାବେ ୟୁନିଅନର ସଦସ୍ୟତା ଗ୍ରହଣ କରିଥିଲେ। ତାଙ୍କର ଅସୁବିଧା ବିଷୟ ରେ ବୈଠକ ରେ ଆଲୋଚନା ହେଲା। ସେମାନଙ୍କ ଦୁଇ ମାସ ର ଦରମା Agency ଦେଇ ନ ଥିବାରୁ ସମସ୍ତ ସଦସ୍ୟ ମାନେ ଅଶାନ୍ତି ବ୍ୟକ୍ତ କରିଥିଲେ। ମିଟର ରିଡର୍ ମାନେ ବିଭିନ୍ନ ବିଦ୍ୟୁତ୍ ସେକ୍ସନ ମାନଙ୍କରେ ଦୀର୍ଘ ଦଶ ବାର ବର୍ଷ ରୁ ଉର୍ଦ୍ଧ ହେଲା ବିଭିନ୍ନ ମିଟର ରିଡ଼ିଂ ଏଜେନ୍ସି ରେ କାମ କରିଆସୁଛନ୍ତି, ମାତ୍ର ଏବେ ପୁଣି TPNODL ଆଉ ଏକ ନୂଆ ଏଜେନ୍ସୀ Vision India କୁ ମିଟର ରିଡିଂ ର ଦାୟିତ୍ଵ ଦେଇଛି ଓ Agency ନୂଆ ମିଟର ରିଡର୍ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଥିବାରୁ ଦୀର୍ଘ ବର୍ଷ ଧରି କାମ କରି ଆସୁଥିବା ମିଟର ରିଡର୍ ମାନଙ୍କୁ ପୁନଃ ନିଯୁକ୍ତି ରେ ବାହାଲ କରିବାରେ ଆଶଙ୍କା ପ୍ରକାଶ ପାଇଛି । ଯଦି agency ଦୀର୍ଘ ବର୍ଷ ଧରି କାମ କରିଥିବା ମିଟର ରିଡର୍ ମାନଙ୍କୁ ପୁନଃ ନିଯୁକ୍ତି ନ ଦିଏ ତେବେ ଶ୍ରମିକ ଅଶାନ୍ତି ସୃଷ୍ଟି ହେବ ତା ପାଇଁ agency ଦାୟୀ ରହିବେ ବୋଲି ବୈଠକ ରେ ଆଲୋଚନା ହେଲା। ବୈଠକ ରେ ଉପସ୍ଥିତ ରହି ଆଲୋଚନା କୁ ସଫଳ କରିଥିବାରୁ ସମସ୍ତ ଙ୍କୁ ଶୁଭେଚ୍ଛା ଦିଆ ଯାଇଥିଲା ଓ ଆସନ୍ତା ଦିନ ରେ ହେବାକୁ ଥିବା ପ୍ରତିବାଦ ପାଇଁ ଏକତା ପ୍ରଦର୍ଶନ କରିବାପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଦୀର୍ଘ ବର୍ଷ ଧରି କାମ କରି ଆସୁଥିବା ସମସ୍ତ ମିଟର ରିଡର୍ ମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ New Agency ତଥା ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅବଗତ କରାଇବା ସହ ଧ୍ୟାନ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧନ୍ୟ ହେ ମହାତ୍ମା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

Leave a Comment

error: Content is protected !!