ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଶ୍ରାବଣ ମାସର ସୋମବାର ଓଁ ନମଃ ଶିବାୟ 

ଶ୍ରାବଣ ମାସର ସୋମବାର

ଓଁ ନମଃ ଶିବାୟ 

ଶ୍ରାବଣ ମାସରେ ସୋମବାର ହେଲେ
ଭକ୍ତ ମନେ ଆନନ୍ଦିତ
ଜଳ ଭାର ଲାଗି କରିବେ ଭୋଳାକୁ
ଶିବ ହୋଇବେଲୋ ଶାନ୍ତ
ଭକ୍ତଙ୍କ ଗହଳି କାଉଡ଼ିଆ ମେଳି
କାନ୍ଧେ ଜଳ ଭାର ଧରି
ଆନନ୍ଦ ଉଲ୍ଲାସକହିଲେ ନ ସରେ
ଶିବ ଶଙ୍କର ସୁମରି
ଜଳ ଅଭିଷେକ ଶିବଙ୍କ ପୟରେ
କଲେ ବାବା ହେବେ ତୋଷ
ଦୁଃଖ, ରୋଗ, ଶୋକ, ହୋଇଯିବ ଦୂର
ହେଲେ ବାବାଙ୍କ ଆଶିଷ
ଆଖଣ୍ଡଳ ମଣି ଆରଡ଼ି ଧାମରେ
ଗହ ଗହ ନାଦ ଆଜି
ଶିବ ନାମ ଗାନ କରୁଛନ୍ତି ଜୟ
ବିଖ୍ୟାତ ମହିମା ରାଜି
ଦେବ ଦେବ ମହାଦେବ ହେ ଶଙ୍କର
ଉମାପତି ତ୍ରିଲୋଚନ
ଦୟା କଲେ ଥରେ ଜୀବନ ସହଜ
ଘୁଞ୍ଚିଯିବ ଦୁଃଖ ମାନ
ମାନସିକ କରି ଭକ୍ତିରେ ପୂଜିଲେ
ହୁଅନ୍ତି ପ୍ରଭୁ ପ୍ରସନ୍ନ
ଆଖଣ୍ଡଳ ମଣି ଆରଡ଼ି ଧାମରେ
ଭକ୍ତି ଭାବରେ ବନ୍ଧନ
ଶାନ୍ତି ରକ୍ଷା ଲାଗି ଜନ୍ମ
ଜୟ ଆଖଣ୍ଡଳ ମଣି

ବିଳାସିନୀ ପୃଷ୍ଟି

ଭୁବନ ଢେଙ୍କାନାଳ 

Related posts

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ ର ଅଡିଓ ରିଲିଜ୍

Sunil Chandra Nayak

ତେରେସିଂହା: ମହାଭାରତ ନାଟକ ଉଦଯାପିତ

ନିରୁପମା ପାଣି ଙ୍କ ଗଳ୍ପ ଅନୁତପ୍ତ ଧୃତରାଷ୍ଟ୍ର

Sunil Chandra Nayak

Leave a Comment

error: Content is protected !!