ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାରୁଓ୍ବାଡୀ ଯୁବା ମଞ୍ଚ ପକ୍ଷରୁ ବୋଲବମ ଭକ୍ତମାନଙ୍କୁ ସେବା ପ୍ରଦାନ

 ଭବାନୀପାଟଣା:୮/୮- ମ.ନି.ସ:- ଆଜି ସୋମବାର ୮/୮ ତାରିଖ ଦିନ ଭବାନୀପାଟଣା ଶାଖା ମାରୱାରୀ ଯୁବା ମଞ୍ଚ ପକ୍ଷରୁ ଭବାନୀପାଟଣା ସ୍ଥିତ ଜଳେଶ୍ୱର ଶିବ ମନ୍ଦିର ପରିସର ଠାରେ କାଭଡିଆ ଓ ଶ୍ରଦ୍ଧାଳୁ ଙ୍କୁ ସେବା ଯୋଗାଇ ଦେବା ସହିତ ସମସ୍ତଙ୍କ ପାଇଁ ଜଳ, ଚା, ବିସ୍କୁଟ ଏବଂ ଫଳ ବ୍ୟବସ୍ଥା କରାଯାଇଥିଲା, ଏଥିରେ ପ୍ରାୟ ୪୦୦ ରୁ ୫୦୦ ଭକ୍ତ ଓ ଶ୍ରଦ୍ଧାଳୁ ଏହାର ସୁଯୋଗ ପାଇଥିଲେ। ଏହି ସେବା କାର୍ଯ୍ଯକ୍ରମକୁ ମାରୁଓ୍ବାଡୀ ଯୁବା ମଞ୍ଚର ଯୁବା ଯୋଗେଶ ଅଗ୍ରୱାଲ, ସୌରଭ ଗୁପ୍ତା, କୋଷାଧ୍ୟକ୍ଷ ମନୀଷ ଶର୍ମା, ସୁମନ ଅଗ୍ରୱାଲ, ଅମାନ ଅଗ୍ରୱାଲ, ବିପୁଲ ଅଗ୍ରୱାଲ,ଶିବମ୍ ଅଗ୍ରୱାଲ, ନିଖିଲ ଅଗ୍ରୱାଲ, ସରାଟ ଅଗ୍ରୱାଲ ସେବା ପରିଚାଳନା କରିଥିବା ବେଳେ ଭବାନୀପାଟଣା ମାରୁଓ୍ବାଡୀ ଯୁବା ମଞ୍ଚର ସଭାପତି ଶ୍ରୀ ଯୋଗେଶ୍ ଅଗ୍ରୱାଲ, ସେକ୍ରେଟାରୀ ଶ୍ରୀ ସୌରଭ ଗୁପ୍ତା, କୋଷାଧ୍ୟକ୍ଷ ଶ୍ରୀ ମନୀଷ ଶର୍ମା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ।

 ଭବାନୀପାଟଣା ରୁ କିଷନ୍ କୁମାର ଶର୍ମାଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଭାବ ବଣିକ 

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ ସୁରଭି ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

Leave a Comment

error: Content is protected !!