ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା କୃଷକ ସଭା ର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ

ମ,ରାମପୁର,୦୮/୦୮(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କମିଟି ଓଡ଼ିଶା କୃଷକ ସଭା ତରଫରୁ ଆଜି ବିଭିନ୍ନ ଦାବି ନେଇ ରାୟପୁର – ଗୋପାଳପୁର ଜାତୀୟ ରାଜପଥ ୫୯ ଗୌଡ କର୍ଲାଖୁଣ୍ଟା ପାଖରେ ରାସ୍ତା କୁ ଅବରୋଧ କରିଥିଲେ l ଫଳରେ କିଛି ସମୟ ରାସ୍ତାର ଦୁଇ ପାର୍ଶ୍ଵରେ ଗାଡି ମଟର ଅଟକି ରହିଥିଲା l ସେମାନଙ୍କ ଦାବି ଗୁଡ଼ିକ ହେଲା – ସମସ୍ତ ଖାଦ୍ୟ ଦ୍ରବ୍ୟରୁ ଜିଏସଟି ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀର ରୁ ଦରଦାମ ବୃଦ୍ଧି ବନ୍ଦ କରିବା, ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ରେ ଖାଲି ପଡ଼ିଥିବା ପଦବୀ ପୁରଣ କରିବା,ବାସହୀନ ମାନଙ୍କୁ ଘରଡିହ ଓ ପଟ୍ଟା ପ୍ରଦାନ କରିବା,ସବୁ ଫସଲର ଏମଏସପି ପାଇଁ ଆଇନଗତ ବ୍ୟବସ୍ଥା କରିବା, ଶ୍ରମିକ ବିରୋଧୀ ୪ ଗୋଟି ଶ୍ରମ କୋଡ ବାତିଲ କରିବା, ଠିକା ଏବଂ ଆଉଟ୍ ସୋସିଙ୍ଗ ବ୍ୟବସ୍ତା ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା, ସମସ୍ତ କୃଷକମାନଙ୍କୁ ଋଣ ମୁକ୍ତ କରିବା, ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଦେବା, ରିହାତି ଦରରେ ଚାଷୀଙ୍କୁ ସାର ଯୋଗାଇଦେବା ,ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ବର୍ଷକୁ ୨୦୦ ଦିନର କାମ ଯୋଗାଇ ଦେବା ଏବଂ ଦୈନିକ ମଜୁରୀ ୭୦୦ ଟଙ୍କା ଦେବା, ସରକାରୀ ସମ୍ପତ୍ତି ବିକ୍ରି / ଘରୋଇ କାରଣ ବନ୍ଦ କରାଯିବା , କର୍ପୋରେଟ ମାନଙ୍କ ଦ୍ଵାରା ଜାତୀୟ ସମ୍ପତ୍ତି ଲୁଣ୍ଠନ ବନ୍ଦ କରିବା ଆଦି ଦାବି ଗୁଡ଼ିକ ରଖି ଆନ୍ଦୋନ କରିଥିଲେ l ଏହି ଆନ୍ଦୋଳନର ନେତୃତ୍ୱ ସିପିଆଏମ୍ ନେତା ସତ୍ୟଜିତ ଚାଟାର୍ଜୀ ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଙ୍ଗାଧର ପ୍ରହରାଜ, ଦେବଜିତ୍ ଚାଟାର୍ଜୀ, ଅନିରୁଦ୍ଧ ଭୋଇ ପ୍ରମୁଖ ସାମିଲ ରହିଥିଲା l

ମ ରାମପୁର ରୁ ପରମାନନ୍ଦ ବିଶ ଙ୍କ ରିପୋର୍ଟ l

Related posts

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

Sunil Chandra Nayak

ମାନବିକତା ଦେଖାଇଲେ ପୋଲିସ ଓ ଜନ ପ୍ରତିନିଧି, ଯୁବକଙ୍କ ମୃତଦେହକୁ ଦେଲେ ସମ୍ମାନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

Sunil Chandra Nayak

Leave a Comment

error: Content is protected !!