ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକ ର “ମୋ ଅଗଣାର ତୁଳସୀ ତୁ” ଏବେ ସମସ୍ତ ଙ୍କ ପ୍ରିୟ

ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ରାଜଧାନୀ ଭୁବନେଶ୍ୱର ଆସିଛି ତାର ସ୍ୱପ୍ନକୁ ସତ କରିବାକୁ । ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି ଜଣକ ଘରେ ରହିବାକୁ, ହାଣ୍ଡିଶାଳ ସମ୍ଭାଳିବାକୁ କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ସକ୍ଷମ ହୋଇଛି । ‘ମୋ ଅଗଣାର ତୁଳସୀ ତୁ’ ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର । ଜୀ ସାର୍ଥକରେ ପ୍ରସାରିତ ‘ ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି । ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅପରେସନ କରିବାକୁ ଚିନ୍ତା କରିଛି । ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖ ଦୂର କରିବାକୁ ସେ ଚାହିଁଛି । କିନ୍ତୁ ଭାଗ୍ୟର ଖେଳ ଅଲଗା । ତୁଳସୀ ଭୁବନେଶ୍ୱର ଆସିଛି । ବିଶିଷ୍ଟ ଶିଳ୍ପପତି ଚିତ୍ରା ସାମନ୍ତରାୟ ଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ମିଳିଛି ତୁଳସୀକୁ । ନିଜ ଦାୟିତ୍ୱ ଅତି ନିଖୁଣତାର ସହ ସମ୍ଭାଳୁଥିବା ତୁଳସୀକୁ ସାମନ୍ତରାୟ ପରିବାର ଆପଣାଇ ନେଇଛି । ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି । ହେଲେ ତୁଳସୀ ଭିତରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେମିତି ରହିଛି । ତେବେ ହଠାତ ତୁଳସୀର ନିକଟତର ହୁଅନ୍ତି ଶିଳ୍ପପତି ଚିତ୍ରା ସାମନ୍ତରାୟ ଙ୍କ ବଡ ପୁଅ ଚନ୍ଦନ । ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡରେ ଛିଡା କରିଦିଏ ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନିଏ । ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ସାମନ୍ତରାୟ ପରିବାର କେଉଁଭଳି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଛି ‘ମୋ ଅଗଣାର ତୁଳସୀ ତୁ’ । ଯାହାକୁ ଓଡିଶା ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।ଏଥିରେ ଅଙ୍କିତ, ହିରଣ୍ୟମୟୀ,ଡେଜି,ସୋମା ହୋତା,ନମିତା ଅଭିନୟ କରୁଛନ୍ତି।ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ଦାସ, ସଂଳାପ ଆଲୋକ ରାୟ, ପ୍ରଯୋଜନା କରୁଛନ୍ତି ବିଜୟ କାଣ୍ଡୋଇ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିହଲପ୍ରସାଦରେ ଲୁଟ୍ ହେଉଛି ଖଣିଜ ସଂପଦ , ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

Sunil Chandra Nayak

ବଙ୍ଗୋମୁଣ୍ଡା ଟେମରା ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କୁ ଅଳି

Sunil Chandra Nayak

Leave a Comment

error: Content is protected !!