ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ କ୍ଷୟକ୍ଷତି ପରିବାର କୁ ଭେଟି ପ୍ରତିକାର ର ପ୍ରତିଶୃତି ଦେଲେ ବିଧାୟକ

ପାପଡାହାଣ୍ଡି, 8/8, ମନିସ – ଗତକାଲି ଲଗାଣ ବର୍ଷା ଫଳରେ ପାପଡାହାଣ୍ଡି ଗ୍ରାମର କିଛି ସାହିରେ ଘରେ ଘରେ ପାଣି ପଶିବା ସହ କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିଲା | ଗତ କାଲି ବ୍ଲକ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଆସି ନିରୀକ୍ଷଣ କରିଥିଲେ | ସୋମବାର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପାପଡାହାଣ୍ଡି ର କ୍ଷୟକ୍ଷତି ହୋଇଥିବା ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ | ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ପ୍ରତ୍ୟେକ ବର୍ଷା ଋତୁ ରେ ଏଭଳି ସମସ୍ୟା ହେଉଅଛି ଏହାର ସ୍ଥାୟୀ ସମାଧାନ କରିବାକୁ କହିଥିଲେ | ବିଧାୟକ ଏନେଇ ଅଳ୍ପ ଦିନ ମଧ୍ୟରେ ଡ୍ରେନେଜ ବ୍ୟବସ୍ଥା କରିବା ସହ ଏହାର ସ୍ଥାୟୀ ସମାଧାନ କରିବାପାଇଁ ପ୍ରତିଶୃତି ଦେଇଥିଲେ ତତ ସଂଗେ ପାଇକ ସାହିରେ ରହୁଥିବା 35 ରୁ 40 ପରିବାର ଙ୍କ ପଟ୍ଟା ପ୍ରଦାନ କରିବା ପାଇଁ ମଧ୍ୟ ପ୍ରଶାସନ ସଂଗେ ଆଲୋଚନା କରି ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଥିଲେ | ବିଧାୟକ ଙ୍କ ସହ ଜିଲ୍ଲାପରିଷଦ ଅଧକ୍ଷ ମୋତିରାମ ନାୟକ ମଧ୍ୟ ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ସେ ଜିଲ୍ଲାପରିଷଦ ପାଣ୍ଠି ରୁ ଡ୍ରେନେଜ ପାଇଁ 10 ଲକ୍ଷ ଟଙ୍କା ପ୍ରଦାନ କରିଥିବା କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଜିଲ୍ଲା ବିଜେଡି ମେଡ଼ିଆ ସେଲ ସଭାପତି ପରେଶ ଜେନା, ରାଜେଶ ପିଲାଈ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ |

Related posts

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ଆନ୍ତସ୍କୁଲ ଫୁଟବଲ ଚାମ୍ପିୟନସିପ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!