ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାରମିଶ୍ର ଙ୍କ କବିତା ବିଛୁଆତି କେବେ, ହୁଏନା ତୁଳସୀ 

ବିଛୁଆତି କେବେ, ହୁଏନା ତୁଳସୀ 

ଜୟ କୁମାରମିଶ୍ର, ବୁଦୁରା, ଗଜପତି 

ବିଛୁଆତି କେବେ, ହୁଏନା ତୁଳସୀ 
ଶତ ତପସ୍ୟାଟି କଲେ, 
ନାଗ ସାପ କେବେ, ଅମୃତ ଦିଏନା 
କ୍ଷୀର, ସର, ଭୁଞ୍ଜୁଥିଲେ ll
କୁକୁର ପ୍ରକୃତି,ହୋଇବକି ଇତି 
ତୁଳୀତଳ୍ପ ସିଂହାସନେ, 
ଅଯୋଗ୍ୟ, ଅସାର, କ୍ଷମତାର ବୀର 
ସାଧୁକି ହୋଇବେ ଦିନେ ?..
ନିଜ ମୂଢ଼ପଣେ, ମାଙ୍କଡକି ଜାଣେ, 
ଶିଳା ଆଉ ଶାଳଗ୍ରାମ, 
ଗୋଡି ଓ ପଥର, କରି ସେ ବିଚାର 
ଖେଳ କରେ ମତିଭ୍ରମ ll
ଖରାପ ଲୋକଟି, ଚାହେଁନା ଭଲକୁ 
ଅହଂ, ଅହଂକାର ଭାବ, 
ନିଜେ ବଳିଆର, ନିଜେ ପlରିବାର 
ବଡ଼ିମାକୁ କହୁଥିବ ll
ଠକ, ଟାଉଟର, ମଧୁଭାଷା ଗୀର 
ଭୋଳରେ ନଯିବ କେବେ,  
ଦୂରୁ ସାବଧାନ, ରଖ ବ୍ୟବଧାନ 
ହେଉ ଆପଣାର ଯେବେ ll
ସୁରା ଦୋକାନରେ, ଦୁଧ ଆଣି ବlରେ 
କେହି ବି କରିଲେ ପାନ,
ବୋଲିବେ ମଦୁଆ, ହୋଇବେ ଛାନିଆ, 
ଦେବେ ଅସମ୍ମାନ ଜନ ll
ଦୁଷ୍ଟ ଖଳ ସାଥି, ସହବାସ ଅତି 
ମହଙ୍ଗା ପଡ଼ିବ ଭାରି  
ବିପତ୍ତିର ଡାକ, ହାରିନେବ ସୁଖ 
ଦହଗଞ୍ଜ ବୋଝ ଭରି ll
ମଦୁଆ ବୋଲିଣ, କହିବେଟି ଜନ
ଦେଖାଇ ଚୁହାଇଁ କରି, 
ସଂଯମ, ସଂଭ୍ରମ, ସବୁ ପରିଶ୍ରମ 
(ଯିବ)ଶୁଖୁଆ ପୋଡାରେ ସରି ll
ଖଛୁଆ, ମିଛୁଆ, ତାଙ୍କ ମୋହ ମାୟା 
ଲଗାଜୁଟା ଧନ୍ଦା ଭାରି, 
ସଂସାର ଭାଙ୍ଗିବେ ,କଳହ ଭରିବେ 
ସତେ ହିତ ଶତ୍ରୁ ସରି ll 
ନିଶା ଖୋର ଜନ, ହିତାହିତ ଜ୍ଞାନ 
ଠାରୁ ଦୂରେ ବହୁଦୂରେ, 
କଥା ଆଉ କାମ, ହୁଅଇ ଅସମ
ଛନ୍ଦମନ୍ଦ ବୁଦ୍ଧିଟିରେ ll
ସମୟ ସାଥିରେ, କଥାଭାଷା ବାରେ 
ଚରଣ ଚୁଟିଆ ବୁଦ୍ଧି, 
କେତେବେଳେ କାନ୍ଦେ, କେତେବେଳେ ବନ୍ଦେ 
ନାହିଁ ରୀତି, ନୀତି ବିଦ୍ଧି ll
ଲମ୍ପଟ ପ୍ରକୃତି, ଏଡ଼େ ଜାତି ନୀତି 
କୁଳ ଗଉରବ ସୀମା, 
ନାହିଁ ବଡ଼ ସାନ, ନାହିଁଟି ସମ୍ମାନ 
କାଳ, ପାତ୍ର ପରିସୀମା ll
ତୁଣ୍ଡ କହୁଥିବ, ବଖାଣି ପ୍ରଭାବ 
ନିଜ ଢୋଲ ନିଜେ ପିଟେ, 
କଥା ଆଉ କାମ, ନୁହଁ ସରିସମ
(ସରୁ)ସୂତାରେ ଶଂଖୀଟି କାଟେ ll

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା,
ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206

Related posts

ଅପର୍ତ୍ତି ସେଠୀ ଙ୍କ କବିତା ତୁମେ କ’ଣ ସେଇ ବର୍ଷା?

Sunil Chandra Nayak

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କବି ହେ କଲମଧାରି

ଘର ଆଗରେ ଧାରଣାରେ ବସିଛନ୍ତି ମା ଓ ଝିଅ

Sunil Chandra Nayak

Leave a Comment

error: Content is protected !!