ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା…. ତୃତୀୟ ଥର ପାଇଁ ଧର୍ମଗଡ ଜୁନାଗଡ ଯାତାୟତ ଠପ୍

ହାଲେର ନାଳା ରେ ପୁଣି ରାସ୍ତା ଉପରେ ଜଳ ପ୍ରବାହିତ

ପ୍ରବଳ ବର୍ଷା ରେ ହାତୀ ନଦୀ ରେ ବନ୍ୟା ; ଚାଷ ଜମି ନଷ୍ଟ

କଳାହାଣ୍ଡି ଜିଲ୍ଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରିରହିଛି।ଲଗାଣ ବର୍ଷା ଫଳରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୫୬.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାର ଜୁନାଗଡ଼ ବ୍ଲକରେ ସର୍ବାଧିକ ୧୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।ଏପରିସ୍ଥଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ପ୍ରବାହିତ ହେବାରୁ ବଡ଼ବସୁଲ ନିକଟରେ ଥିବା ହାଲେର ନାଳା ଠାରେ ପୁଣି ରାସ୍ତା ରେ ପାଣି ପ୍ରବାହିତ ହୋଇଛି । ଫଳରେ ଭବାନୀପାଟଣା – ଧର୍ମଗଡ଼ ରାୟପୁର ସଂଯୋଗ କରୁଥିବା ଜାତୀୟ ରାଜପଥ (୧୩୦ସି) ବନ୍ଦ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଏହି ଆପ୍ରୋଚ ରୋଡ଼ ପୂର୍ବରୁ ଦୁଇଥର ଭୁଶୁଡି ପଡିସରିଥିବା ବେଳେ ପୁନର୍ବାର ଏହାର ନିର୍ମାଣ କରାଯାଇଥିଲା ବର୍ତ୍ତମାନ ହୋଇଥିବା ରାସ୍ତା ରେ କଂକ୍ରିଟ ଥିବାରୁ ବ୍ରିଜ ଉପର ଦେଇ ବର୍ତ୍ତମାନ ଜଳ ପ୍ରବାହିତ ହେଉଛି । ହାଲେର ନାଳା ର ଜଳ ସ୍ଥର ବୃଦ୍ଧି ପାଇବା ଫଳ ରେ ଚାଷ ଜମି ଗୁଡିକ ରେ ପାଣି ପଶି ନଷ୍ଟ ହୋଇଯାଇଛି । ଏହା ସହିତ ମଙ୍ଗଳପୁର ଇନ୍ଦ୍ରାବତୀ ବ୍ୟାରେଜରୁ ୨ଟି ଗେଟ୍‌ ଖୋଲିବା ପରେ ରବିବାର ବିଳମ୍ବିତ ରାତିରୁ ତଳମୁଣ୍ଡରେ ଥିବା ଜୁନାଗଡ଼ ସହର ନିକଟିସ୍ଥ ହାତୀନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନଦୀ କୂଳରେ ରହୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ସେହିପରି ସେଠାରେ ଥିବା ଚାଷ ଜମିଗୁଡିକ ମଧ୍ୟ ଜଳମଗ୍ନ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ହାତୀନଦୀର ଏହା ସବୁଠୁ ବଡ଼ ବନ୍ୟା ବୋଲି ଜଣାପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବସୁଧୈବ କୁଟୁମ୍ବକମ୍ ର ପରିବେଶ ସୁରକ୍ଷା ଆଲୋଚନା

Sunil Chandra Nayak

ବାଇକ ଧକ୍କାରେ ପଥଚାରୀର ମୃତ୍ୟୁ 

Sunil Chandra Nayak

ଡମୋଳ ରେ ଆତଙ୍କର ଅନ୍ୟନାମ କିଡ଼ନୀ ରୋଗ  

Sunil Chandra Nayak

Leave a Comment

error: Content is protected !!