ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଳ୍ପକେ ବର୍ତିଲେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା 

ଅଳ୍ପ ଅଳ୍ପ କେ ବର୍ତ୍ତିଗଲେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା |ଗତ କାଲି ପାପଡାହାଣ୍ଡି ବ୍ଲକ ଅଂଚଳରେ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଲାଗିରହିଥିଲା | ପାପଡାହାଣ୍ଡି ଗ୍ରାମର ୩ ଟି ସାହିରେ ବର୍ଷା ଜଳ ଘରେ ଘରେ ପଶିଯିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା | ଏଭଳି ସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ବେହେରା ଗ୍ରାମର ବିଭିନ୍ନ ସାହି ବୁଲିବା ସହ ନିଜେ ନାଳ ସଫା କରିବା ସହ ବର୍ଷା ରେ କ୍ଷୟ କ୍ଷତି ହୋଇଥିବା ପରିବାର କୁ ସହାୟତା ର ହାତ ବଢ଼ାଇଥିଲେ | ଲଗାଣ ବର୍ଷା ଯୋଗୁଁ ପାପଡାହାଣ୍ଡି ଟୁରି ନଦୀ ର ପାଣି ପୋଲ ଉପରେ ଯିବାଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଫଳରେ ନଦୀ ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ମଟର ଅଟକି ଥିବା ବେଳେ କଳାହାଣ୍ଡି ଜିଲାରୁ ଆସିଥିବା ଏକ ଲୁହା ବୋଝେଇ ଟ୍ରକ ଟି ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବିଦ୍ୟୁତ ପୋଲ କୁ ଧକା ଦେବlଫଳରେ ବିଦ୍ୟୁତ ଖୁଣ୍ଟ ଟି ଭାଙ୍ଗି ଯାଇଥିଲା | ଫଳରେ ପାପଡାହାଣ୍ଡି ଓ ଆଖପାଖ ଅଞ୍ଚଳ ଅନ୍ଧାର ହୋଇଯିବାରୁ ଉପାଧ୍ୟକ୍ଷ ଘଟଣା ସ୍ଥଳରେ ପହଂଚି ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କ ସହ ପୋଲ କାଢିବା ନେଇ ଆଲୋଚନା କରିବା ସମୟରେ ହିଁ ହଟାତ ବିଦ୍ୟୁତ ପୋଲ ଟି ସୁଶାନ୍ତ ଙ୍କ ମୁଣ୍ଡ ଉପରକୁ ପଡୁଥିବା ଦେଖି ବିଦ୍ୟୁତ ବିଭାଗ ଯନ୍ତ୍ରୀ ଏବଂ ସେଠାରେ ଥିବା ଲୋକ ମାନେ ଚିତ୍କାର କରିବା ଦେଖି ସୁଶାନ୍ତ ସେଠାରୁ ଦୌଡ଼ିଥିଲେ ହେଁ କିଛି ସେକେଣ୍ଡ ର ବ୍ୟବଧାନ ରେ ସେ ବର୍ତ୍ତୀ ଯାଇଥିଲେ | ବିଦ୍ୟୁତ ବିଭାଗ ଯନ୍ତ୍ରୀ ସନ୍ତୋଷ ପଣ୍ଡା ଏବଂ ଏୟାରଟେଲ କର୍ମଚାରୀ ପାଢ଼ୀ ବାବୁ ଆଖି ଆଗରେ ଏଭଳି ଘଟଣା ଦେଖି ଭୟଭିତ ହେବା ସହ ଭଗବାନ ହିଁ ଉପାଧ୍ୟାକ୍ଷ ଙ୍କ ଜୀବନ ବଞ୍ଚାଇଲେ ବୋଲି କହିଛନ୍ତି | ଏପଟେ ଏହି ଘଟଣା ଟି ନିକଟସ୍ଥ ପେଟ୍ରୋଲ ପମ୍ପ ଶିଶିଟିଭି ରେ କୟଦ ହୋଇଥିବା ଦେଖି ଉପାଧ୍ୟାକ୍ଷ ବି ବିଶ୍ୱାସ କରି ପାରୁନଥିବା କହିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ରାଜ୍ୟସଭା ସାଂସଦ ଙ୍କ ଲେଡି ଲାୟନ ଅନୁଷ୍ଠାନ ପରିଦର୍ଶନ

Sunil Chandra Nayak

ଜଙ୍ଗଲି ହାତୀ ଦ୍ଵାରା ଧାନ ଫସଲ ନଷ୍ଟ: କ୍ଷତି ପୂରଣ ପାଇଁ ସରକାର ଙ୍କୁ ଗୁହାରି କଲେ ଚାଷୀ  

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!