ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା/ଆମ ପରମ୍ପରାରେ ଲକ୍ଷ୍ମୀ ପୂଜା

ଆମ ପରମ୍ପରାରେ ଲକ୍ଷ୍ମୀ ପୂଜା

ପ୍ରତିମା ଶତପଥି

ପୁଣ୍ୟ ଓଡ଼ିଶାରେ ବାରମାସେ ତେର
       ପର୍ବ ପର୍ବାଣୀ ପଡଇ
ସେ ମଧ୍ୟରୁ ଲକ୍ଷ୍ମୀ ପୂଜା ଅନ୍ୟତମ
      ପରମ୍ପରା ହୋଇଥାଇ.
ସମୁଦ୍ର ମନ୍ଥନୁ ଜାତ ହେଲେ ଲକ୍ଷ୍ମୀ
      ଜଗତ ଜନନୀ ମାତ
ମାର୍ଗଶିର ମାସ ପ୍ରତି ଗୁରୁବାର
     ହୁଅନ୍ତି ମାତା ପୂଜିତ.
ଶୁଦ୍ଧ ପୂତ ହୋଇ ପ୍ରଭାତରୁ ସର୍ବେ
      ଝୋଟି ଚିତା ଆଙ୍କି ଥାନ୍ତି
ପଦ୍ମଫୁଲ ଦେଇ, ସେରମାଣ ରଖି
       ନୂଆ ଧାନରେ ପୂଜନ୍ତି.
କ୍ଷୀରି, ଖେଚୁଡ଼ି ଓ ଚିତଉ ପିଠାର
      ନୈବେଦ୍ୟ ଦେଇକରି
ଭକ୍ତି ଭାବନାରେ ମାଆଙ୍କ ପୂଜାରେ 
      ମଜ୍ଜି ଥାନ୍ତି ନରନାରୀ.
ଛେନା ପଣା, ସର, ଖୁଦ କୁଣ୍ଡା ଦେଇ
      ମାଆଙ୍କ ଆଶ୍ରିତ ହୋଇ
ଭକ୍ତିରେ ସନ୍ତୁଷ୍ଟ ଲକ୍ଷ୍ମୀ ମାଆ ପାଶେ
       ଜାତି, ଅଜାତି ନ ଥାଇ.
ପୁରାଣେ ବର୍ଣ୍ଣିତ ଅଛି ଶ୍ରୀୟା ନାମେ
       ଏକ ଚଣ୍ଡାଳୁଣୀ ଥିଲା 
ସରଳ ଭକ୍ତିରେ ମାଆ ଲକ୍ଷ୍ମୀ ଙ୍କର
      ପାଦପଦ୍ମ ପୂଜିଥିଲା.
ଭକ୍ତିରେ ସନ୍ତୁଷ୍ଟ ହୋଇ କମଳିନୀ
     ଐଶ୍ୱର୍ଯ୍ୟ ସମ୍ପଦ ଦେଲେ
ଜଗନ୍ନାଥ ପ୍ରଭୁ ବିରୋଧ କରିଣ
     ଭିକ୍ଷା ବୃତ୍ତି ଆଚରିଲେ. 
ମାଆ ଲକ୍ଷ୍ମୀଙ୍କର ମହିମା ଅପାର
     ଦୟାମୟୀ କୃପାମୟୀ
ତାଙ୍କ ଦୟା ହେଲେ ଅସାଧ୍ୟ ସାଧନ
      ସହଜେ କରି ହୁଅଇ.
ଜୟ ଜୟ ମାତ ଲକ୍ଷ୍ମୀ ଠାକୁରାଣୀ
      ସଂସାରକୁ ସୁଖେ ରଖ
ତୁମେ ଥାଉଁ ଥାଉଁ ତୁମରି ସନ୍ତାନ
      ନ ପାଆନ୍ତୁ କେହି ଦୁଃଖ.

      ଜିଲ୍ଲା,, ଯାଜପୁର..

 

Related posts

କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

Sunil Chandra Nayak

ରାଧାକୁଞ୍ଜ ସାହି ରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବନଲକ୍ଷ୍ମୀ ମହିନ୍ତି ଙ୍କ କବିତା ସକାଳ

Sunil Chandra Nayak

Leave a Comment

error: Content is protected !!