ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ଙ୍କ ଶୋଭାଯାତ୍ରା

୧୩ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି । ମାଁ ଭଣ୍ଡାରଘରଣୀ ମନ୍ଦିର ଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆଦିବାସୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଚାରିଛକ ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ପରେ ବିଜୁକଲ୍ଯାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ସାଧାରଣ ସଂପାଦକ ଋତୁରାଜ ମାଝୀ, ଯୁବ ଗବେଷକ ଅଜିତ ଭୋଇ, ଜିଲ୍ଲା ଉପ ସଭାପତି ଲଳିତ ନାଏକ,ବ୍ଲକ ସଭାପତି ଭବେଶ ଗଇତାସମ୍ପାଦକ ଗୋବର୍ଦ୍ଧନ ଶବର ଆଦିବାସୀ ନେତା ଦିଲିପ ମାଝୀ ଲିଙ୍ଗରାଜ ଭୋଇ ପ୍ରମୂଖ ଙ୍କ ସମେତ ବହୁ ଆଦିବାସୀ ନେତା ମଞ୍ଚାସିନ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ୧୩ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।ଦାବି ମଧ୍ୟରେ ବିଶ୍ଵ ଆଦିବାସୀ ଜାତୀୟ ଦିବସର ମାନ୍ୟତା ପ୍ରଦାନ,୨୦୦୬ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀକୁ ଜିଲ୍ଲା ଭିତ୍ତିକ କରିବା, ଆବାସିକ ସରକାରୀ ବିଦ୍ୟାଳୟର ଉନ୍ନତିକରଣ ସହ ଡିଗ୍ରୀ କଲେଜକୁ ଉନ୍ନିତ, କଳାହାଣ୍ଡି ଲୋକସଭା ଆସନର ସଂରକ୍ଷଣ ସହ ଦୁଇ ବିଧାନସଭା ଆସନ ସଂରକ୍ଷିତ ରଖିବା, ନିର୍ମାଣଧୀନ ମେଡିକାଲ କଲେଜକୁ ସହିଦ ରେଣ୍ଡୋମାଝୀ ନାମରେ ନାମିତ କରିବା,ଜମି ସେଟେଲମେଣ୍ଟରେ ଜଙ୍ଗଲ ଜମିକୁ ସାମିଲ କରିବା, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଓ ଓ୍ଵାର୍ଡ ମେମ୍ବର ପଦବୀ ସଂରକ୍ଷଣ ରଖିବା,ଜାଲ ମିଥ୍ୟା ଜାତିଗତ ପ୍ରମାଣପତ୍ରରେ ଚାକିରୀ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ,ସରକାରୀ ଆବାସିକ ବିଦ୍ୟାଳୟମାନଙ୍କରେ ଖାଲି ଥିବା ପଦବୀ ପୂରଣ ସ଼ହ କର୍ମଚାରୀଙ୍କ ରହିବା ପାଇଁ ଘର ନିର୍ମାଣ, ସରକାରୀ ଆବାସିକ ବିଦ୍ୟାଳୟ ପରିସରରେ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ, ଆଗାମୀ ଜନଗଣନା ସମୟରେ ଆଦିବାସୀମାନଙ୍କ ପାଇଁ ସ୍ଵତନ୍ତ୍ର ଧାର୍ମିକ ପରିଚୟ ବ୍ଯବସ୍ଥା ଓ ଗୋଲାମୁଣ୍ଡା ଠାରେ ଏମ୍ ଏସ ଏମ ଇ ସ୍ଥାପନା ଦ୍ଵାରା ବାସଚ୍ଯୁତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଆଦି ଦାବି ରହିଛି।

ଏହି କାର୍ଯ୍ୟକ୍ରମ ର ମଞ୍ଚ ସଂଯୋଜନା ପଦ୍ମ ଲୋଚନ ନାଏକ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା – ବ୍ଲକ ଆଦିବାସୀ ସଂଘ ସଭାପତି – ଭବେଶ ଗଇନ୍ତା, ଗୋବର୍ଦ୍ଧନ ଶବର, ଶ୍ୟାମସୁନ୍ଦର ମାଝି କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ ରୁ ହଜାର ହଜାର ଆଦିବାସୀ ସାମିଲ ହୋଇଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଧର୍ମଗଡ ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ ଙ୍କ ନେତୃତ୍ୱରେ ବହୁ ପୁଲିସ ମୁତୟନ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ କିନ୍ତୁ 108 ପାଖରେ ପହଁଚିବା ବେଳେ ଜନ୍ମ ଦେଲେ ସନ୍ତାନ

Sunil Chandra Nayak

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠରେ ବୃକ୍ଷରୋପଣ

Sunil Chandra Nayak

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

Leave a Comment

error: Content is protected !!