ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଢିବାକୁ ଶିଖିବା: ଶିଖିବାକୁ ପଡିବା ଏବଂ ପାଠପଢାରେ ଆଗ୍ରହ କର୍ମଶାଳା

ଭବାନୀପାଟଣା:୯/୮- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ମେଦିନୀପୁର ଆଞ୍ଚଳିକ ସାଧନା କେନ୍ଦ୍ର ପ୍ରକୋଷ୍ଠ ଠାରେ ୮/୮/୨୦୨୨ ସୋମବାର ଦିନ ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ତୁଳସୀ ସାହୁଙ୍କ ସଭାପତିତ୍ବରେ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ ( FLN) ସମ୍ବଳିତ କାର୍ଯ୍ଯକ୍ରମ ପଢିବାକୁ ଶିକ୍ଷିବା ଶିଖିବାକୁ ପଢିବା ଏବଂ ପାଠପଢାରେ ଆଗ୍ରହ ସୃଷ୍ଟି କରିବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମେଦିନୀପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ତଥା ବିଶିଷ୍ଟ ରାଜ୍ଯ ଶିକ୍ଷକ ନେତା ଶ୍ରୀ ପ୍ରଦୀପ କୁମାର ସାହୁ ମୂଖ୍ଯ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଶୁଭାରମ୍ଭ କରିଥିବାବେଳେ କୋଭିଡ୍ ସମୟରେ ପ୍ରାଥମିକସ୍ତରରେ ଛାତ୍ରଛାତ୍ରୀ ଙ୍କ ପାଠପଢ଼ାରେ ରହିଯାଇଥିବା ଅଭାବକୁ ଏହି କାର୍ଯ୍ଯକ୍ରମ ଦ୍ବାରା ପୂରଣ ହୋଇପାରିବ ବୋଲି ମତବ୍ଯକ୍ତ କରିଥିଲେ। ସାଧନା କର୍ମୀ ଦିଲ୍ଲୀପ୍ ଚୌଧୁରୀ ଓ ଲକ୍ଷ୍ମୀ ବଗର୍ତ୍ତୀ ମୌଳିକ ସାକ୍ଷଗତ,ସଂଖ୍ୟାଜ୍ଞାନ, ପାଠପଢାରେ ପ୍ରାଥମିକ ସ୍ତର ର ଛାତ୍ର ଛାତ୍ରୀ ଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ଭାଷା,ପରିବେଶ ଓ ଗଣିତ ବିଷୟ ସମ୍ବଳିତ ତାଲିମ ପ୍ରଦାନ କରିଥିଲେ। ଏହି କର୍ମଶାଳା ତାଲିମ ଶିବିରରେ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ୧୫ ଗୋଟି ବିଦ୍ଯାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ଶିବିର ପରିଚାଳନାରେ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ, ନିଶାମଣୀ ଦେଇ, ସଭ୍ଯା ପଟ୍ଟନାୟକ, ଜୋତ୍ସା ଦୋରା, କଲ୍ଯାଣୀ ଦାଶ, ପ୍ରତିଭା ଦାଶ ଓ ସ୍ବଚେତା ଦାଶ ପ୍ରମୁଖ ସହଯୋଗ କରିଥିଲେ।

ଭବାନୀପାଟଣା ରୁ କିଶନ୍ କୁମାର ଶର୍ମାଙ୍କ ରିପୋର୍ଟ

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

Sunil Chandra Nayak

ରାଷ୍ଟ୍ରପତି ଙ୍କ ବିରୁଦ୍ଧ ରେ ଅଶାଳୀନ ଓ ଅଭଦ୍ର ଟିପଣି ବିରୁଦ୍ଧ ରେ ପଶ୍ଚିମ ବଙ୍ଗ ମନ୍ତ୍ରୀ ଙ୍କ ବିରୋଧ ରେ ଥାନା ରେ ଏତଲା ଦେଲା ଚନ୍ଦାହାଣ୍ଡି ବିଜେପି ଆଦିବାସୀ ମୋର୍ଚ୍ଚା

Sunil Chandra Nayak

Leave a Comment

error: Content is protected !!