ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

ନୂଆପଡା ସ୍ଥିତ କଲ୍ଯାଣ ମଣ୍ଡପରେ ସାମ୍ମିଧାନିକ ସମ୍ବୀଳନି ତଥା ନୂଆପଡା ବ୍ଲକ ପ୍ରଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଯଶୋବନ୍ତ ନାରାୟଣ ପଣ୍ଡା ସଭାପତିତ୍ବ କରିଥିଲେ ଜିଲ୍ଲା ସମ୍ପାଦକ ଧନୁ ବାଗ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ଓ ମାନ୍ଯବର ଯୋଜନା ଓ ସମନ୍ବୟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ମହୋଦୟ ମୁଖ୍ଯଅତିଥି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓକିଳ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରଶନ୍ନ ପାଢୀ , ରାଜ୍ଯକ୍ରିଡା ସଂଘ ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଶିକ୍ଷାବିତ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର, ଖଡିଆଳ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର କୈବର୍ତ୍ତ, ଚୁରନଲାଲ ସାହୁ ମଞ୍ଚାସୀନ ଥିଲେ , ଶ୍ରୀ ଶଙ୍କର ପୁରୋହିତ ମଞ୍ଚପରିଚାଲନା କରିଥିଲେ ଉକ୍ତ ବୈଠକରେ ମାନ୍ଯବର ମନ୍ତ୍ରୀଙ୍କୁ ଶିକ୍ଷକ ବିଭିନ୍ନ ସମସ୍ୟା ଉପରେ ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲା ପରେ ନିମ୍ନମତେ ନୂଆପଡା ବ୍ଲକ ପ୍ରଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ କରାଯାଇଥିଲା ସଭାପତି ଭାବରେ ଶ୍ରୀ ଶଙ୍କର ପୁରୋହିତ , ଉପସଭାପତି ଶ୍ରୀମତି ସୁବ୍ରତା ଦାସ , ଶ୍ରୀ ଉପେନ୍ଦ୍ର ସଡଙ୍ଗୀ , ସମ୍ପାଦକ ସରୋଜ ଅଗସ୍ତୀ, ଯୁଗ୍ମସମ୍ପାଦକ ଶ୍ରୀ ପ୍ରମୋଦ ମିଶ୍ର , ଶୁଶ୍ରୀ ଚିନ୍ମୟୀ ଦାସ , ହେମଲାଲ ଦୀପ, କୋଷାଧ୍ଯକ୍ଷ ହେମଦାସ ମାନିକପୁରି, ,ସଂଯୋଜକ କୀନ୍ତିଲାଲ ଭୋଇ ,କାର୍ଯ୍ଯକାରି ସଭାପତି ବିନୋଦ ସିଂ ଠାକୁରଙ୍କୁ ସର୍ବସମ୍ମତି କ୍ରମେ ମନୋନିତ ହୋଇଥିଲେ I ଏହି ସଭାରେ ସର୍ବଶ୍ରୀ ଭରତ ଭୁଷଣ ଖମାରୀ, ଜଞ୍ଜସ ପ୍ରସାଦ ମହାଉତି, ରୁପା ବାଗ, ହିରକଲାଲ ହରିଜନ, ରାମେଶ୍ବର ଦାସ, ବିଶ୍ବରଞ୍ଜନ ମିଶ୍ର,କବିର ଚନ୍ଦ୍ର ରାଉତ, ଯଶୋବନ୍ତ ବାରିକ, ନରେନ୍ଦ୍ର ମିଶ୍ର, ଶ୍ରୀମତି ମଞ୍ଜୁ ପାଢୀ,ମମତା ମଞ୍ଜରୀ ପାଢୀ, ମୁକ୍ତା ବେଉରା, ଉଷାରାଣୀ ମହାପାତ୍ର, ସୁଷମା ପଣ୍ଡା ପ୍ରମୁଖ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ସର୍ବଶେଷରେ ଶଙ୍କର ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ

Sunil Chandra Nayak

ଜୁନାଗଡ଼କୁ ଜିଲ୍ଲା ଦାବୀରେ  ପୁଣିଥରେ ଜୁନାଗଡ଼ ବାସୀ, ସଂଗ୍ରାମ ପାଇଁ ସଜବାଜ

Sunil Chandra Nayak

କିଡନୀ ରୋଗୀକୁ ସହାୟତା ର ହାତ ବଢ଼ାଇଲା ଜୁନାଗଡ଼ ଡ୍ରାଇଭର ମହାସଂଘ

Sunil Chandra Nayak

Leave a Comment

error: Content is protected !!