ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ୫୩ତମ ଜନ୍ମଜୟନ୍ତୀ ପାଳିତ

ରାୟଗଡ଼ା -:  ତା ୦୯/୮/୨୦୨୨    ଚିରାୟୁଷ୍ମାନ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ୫୩ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ସାବିତ୍ରୀ ପାଠାଗାର ରାୟଗଡାରେ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ବିଶିଷ୍ଟ ଭାଷାବିଦ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ସ୍ବନାମଧନ୍ଯ ନାଟ୍ୟକାର ଡଃ ନରେନ୍ଦ୍ର କୁମାର ମିଶ୍ର,  କେନ୍ଦ୍ରସାହିତ୍ୟ ଏକାଡେମୀର ସଦସ୍ଯ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ,  ସ୍ତମ୍ଭକାର ଶ୍ରୀଯୁକ୍ତ ଦ୍ବିତୀଚନ୍ଦ୍ର ସାହୁ, ଅନୁବାଦକ ଶ୍ରୀଯୁକ୍ତ ଆଶୁତୋଷ ପାତ୍ର, କବୀ ଶ୍ରୀଯୁକ୍ତ,ଶ୍ରୀମତୀ ତ୍ରିବେଣୀ ମିଶ୍ର,  କବି ଶ୍ରୀଧର ପଟ୍ଟନାୟକ,  କବି ବିମଳଚାନ୍ଦ ପଟ୍ଟନାୟକ,  ଯୁବ ଲେଖକ ଶ୍ରୀ ପ୍ରଣବକଳ୍ପ ପଟ୍ଟନାୟକ ତଥା ପରିବାର ଓ ବନ୍ଧୁବର୍ଗ ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ଭାଷାପ୍ରେମୀ ଶ୍ରୀ ଡମ୍ବରୁଧର ପଟ୍ଟନାୟକଙ୍କ ନିରାଡମ୍ବର ଜୀବନ ଓ ଓଡିଆ ଭାଷାପ୍ରତି ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଆଲୋକପାତ କରିଥିଲେ। ସ୍ବର୍ଗତ ପଟ୍ଟନାୟକ ସମସ୍ତ ଲେଖକ ତଥା ଭାଷାପ୍ରେମୀଙ୍କ ପାଇଁ ସବୁଜ ପ୍ରେରଣାର ଉତ୍ସ ଥିଲେ ଓ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ମହାର୍ଘ ଅବସରରେ ରାୟଗଡ ଜିଲ୍ଲାର ସ୍ବନାମଧନ୍ଯ କବି ଶ୍ରୀଯୁକ୍ତ ବିମଳଚାନ୍ଦ ପଟ୍ଟନାୟକଙ୍କ କବିତା ସଂକଳନ “ଲେଖିପାରିନଥିବା କବିତା” ଉନ୍ମୋଚିତ ହୋଇଯାଇଛି। ଉପସ୍ଥିତ ସମସ୍ତ ବିଶିଷ୍ଟ ଭାଷାପ୍ରେମୀ ବନ୍ଧୁବର୍ଗ ପୁସ୍ତକଟିର ଉଚ୍ଚକୋଟୀର କବିତା ମାନଙ୍କର ପ୍ରଶଂସା କରିବା ସହ ସର୍ବଜନାଦୃତ ହେଉ ବୋଲି କାମନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଆଶୁତୋଷ ପାତ୍ର ପରିଚାଳନା କରିଥିଲେ ଏବଂ ଶ୍ରୀଯୁକ୍ତ ଶ୍ରୀଧର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବେଦାନ୍ତ କମ୍ପାନୀର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ମାଉସୀ ଘର

କୁଟେନ ଗ୍ରାମରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଲେ କଳାହାଣ୍ଡି ସାଂସଦ 

Sunil Chandra Nayak

Leave a Comment

error: Content is protected !!